ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରେ ମାର୍ଶାଘାଇ ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ।

3

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ ) ଏବଂ ମାର୍ଶାଘାଇ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଲୌହ ମନବ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ମହାକାଳପଡ଼ା, ରାଜନଗର,ମାର୍ଶାଘାଇ ଏବଂ ଗରଦପୁର ବ୍ଲକର ଉଭୟ +୨ ଏବଂ +୩ ସ୍ତରୀୟ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ତର୍କ, ପ୍ରବନ୍ଧ, କୁଇଜ,ଚିତ୍ରାଙ୍କନ,ପୋଷ୍ଟର ମେକିଂ,ରିଲ ମେକିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୨୦ ତାରିଖରେ ଅଙ୍ଗୁଳିଆ ହାଇସ୍କୁଲ ଠାରେ ଅଳିଆ ପର୍ଯ୍ୟନ୍ତ ହେବାକୁ ପଦଯାତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ | ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରତ୍ୟକ୍ଷ ତତ୍ତ୍ୱ|ବଧାନ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମାର୍ଶାଘାଇ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ.ଶଶୀକାନ୍ତ ନାୟକ,ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଦୀପକ କୁମାର ଦାସ,ପ୍ରାଧ୍ୟାପକ ବିପିନ ବିହାରୀ ନାଥ,ଅଧ୍ୟାପକ ଧିରେନ ଚୌଧୁରୀ ପ୍ରମୁଖ ଯୋଗଦେଇ ସର୍ଦ୍ଦାର ପଟେଙ୍କ ଜୀବନୀ ଏବଂ ବିଚାରଧାରା ଉପରେ ଆଲୋକପାତ କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ | ପ୍ରତିଯୋଗିତାର ବିଚାରକ ଭାବେ ଅଧ୍ୟାପକ ଶାଶ୍ୱତ ଚନ୍ଦନ ସାମନ୍ତରାୟ,ଶୁଭପ୍ରକାଶ ରାଉତ, ଡ. ସତ୍ୟବ୍ରତ ମଲ୍ଲିକ,ଵିଭୁସେନ ପତି, ମୋନଜ କୁମାର ରାଉତ,ଅଧ୍ୟାପିକା ମାନସୀ ଦାସ,ଡ. ଲୁସିସ୍ମିତା ଜେନା,ଜନନୀମଣି ପାତ୍ର,ଜୟପ୍ରଦା ନାୟକ,ପ୍ରଗତି ବିଶ୍ୱାଳ, ପ୍ରଭାସିନୀ ସ୍ୱାଇଁ,ଲିଜା ନାୟକ ଦାୟିତ୍ୱ ତୁଲାଇ ଥିଲେ | ପ୍ରଧ୍ୟାପକ ବିଜୟ କୁମାର ପାତ୍ର,ପ୍ରଧ୍ୟାପକ ଉମେଶ ଚନ୍ଦ୍ର ଦାସ,ବଡବାବୁ ଅଜିତ କୁମାର ବାରିକ ଏବଂ କର୍ମଚାରୀ ରାକେଶ କୁମାର ଦାସ ଏବଂ ସାଧୁ ଚରଣ ଗୋଚ୍ଛାୟତ ସହଯୋଗ କରିଥିଲେ | ଶେଷରେ କ୍ରୀଡା ଶିକ୍ଷକ ଯତୀନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.