ନୟାଗଡ଼(ବିଶ୍ୱଜିତ ନାୟକ) :- ଲେଖକ ଧିରେନ୍ଦ୍ର ପଟ୍ଟନାୟକଙ୍କ ନୂତନ ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଆଜି ରୋଟାରୀ କ୍ଲବ, ନୟାଗଡ଼ରେ ଉନ୍ମୋଚିତ ହେଇଯାଇଛି। ଆଜିର ଏହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ସାହିତ୍ୟିକା ବସିରନ୍ ବିବି, କଥାକାର ଅନିଲ ପଣ୍ଡା , କବି ରବିନ୍ଦ୍ର ମହାପାତ୍ର, କବି ମଣିମାଳା ପାଣିଗ୍ରାହୀ, ସମାଜସେବୀ ଶ୍ରୀଧର ସାହୁ, ରୋଟାରିଆନ ଅବିନାଶ ସାହୁ, ରୋଟାରିଆନ ସନ୍ତୋଷ ନାୟକ, ସାମ୍ବାଦିକ ବିଶ୍ବଜିତ ନାୟକ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ଼, କାଜଲ ଡାକୁଆ, ସୈ।ମ୍ୟରଞ୍ଜନ ରଥ, ସୁଜିତ୍ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ଭିନ୍ନ ରଙ୍ଗରେ ମାନବୀୟ ଭାବନା, ଦୈନିକ ଜୀବନ ଓ ସରଳ ଶୈଳୀରେ ଲେଖାଯାଇଥିବା ଗଳ୍ପଗୁଡ଼ିକୁ ସ୍ୱାଗତ କରିଥିଲେ । ପୁସ୍ତକ ଉନ୍ମୋଚନ ପରେ ଲେଖକ ତାଙ୍କ ପ୍ରେରଣା, ଲେଖନ ଅଭିଜ୍ଞତା ଏବଂ ପାଠକଙ୍କ ଆଶୀର୍ବାଦର ଗୁରୁତ୍ୱ ବିଷୟରେ ମତାମତ ରଖିଥିଲେ। ଭିନ୍ନ ରଙ୍ଗ ବହିର ଏକ ଗଳ୍ପକୁ ନେଇ ପୂଜା ମହାନ୍ତି ଏକକ ଅଭିନୟ ପରିବେଷଣ କରିଥିଲେ । ପରିଶେଷରେ କବି ନୀଳିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.