ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ତାଳପଦର ଖଗେଶ୍ୱର ମଣ୍ଡପ ପରିସରରେ ଆସନ୍ତା ୧୯ ନଭେମ୍ବର ଭାରତୀୟ ଜନତା ପାର୍ଟି ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ରକ୍ତଦାନ ହେଉଛି ସବୁଠୁ ବଡ ସେବା, ଯାହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇଥାଏ। ରକ୍ତଦାତାମାନେ ମାନବତାର ପ୍ରକୃତ ନାୟକ। ସେମାନଙ୍କ ଏକ ଛୋଟ ଦାନ ଅନେକ ପରିବାରର ଜୀବନ ଓ ଆଶାକୁ ରକ୍ଷା କରେ। ରକ୍ତଦାତାମାନେ ହେଉଛନ୍ତି ସେହି ମହାନ ବ୍ୟକ୍ତି, ଯେଉଁମାନେ ନିଜ ରକ୍ତ ଦେଇ ଅନ୍ୟମାନଙ୍କୁ ନୂତନ ପ୍ରାଣ ଦେଇଥାନ୍ତି। ସମାଜରେ ରକ୍ତ ସଂକଟକୁ ଦୂର କରିବା ଏବଂ ମାନବ ସେବାକୁ ଉତ୍ସାହିତ କରିବାର ଉଦେଶ୍ୟ ରଖି ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଶ୍ରୀମାନ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ । ଶିବିରକୁ ସଫଳ କରିବା ପାଇଁ ସ୍ଥାନୀୟ ନେତାମାନେ, ଯୁବମୋର୍ଚ୍ଚା, ମହିଳାମୋର୍ଚ୍ଚା ସହିତ ବିଭିନ୍ନ ସମାଜସେବୀ ସଙ୍ଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପାର୍ଟି ରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ଶିବିରରେ ବହୁ ସଂଖ୍ୟକ ଯୁବକ-ଯୁବତୀ, କାର୍ୟକର୍ତ୍ତାମାନେ ଓ ସ୍ଥାନୀୟ ଲୋକ ରକ୍ତଦାନରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଆସନ୍ତୁ, ରକ୍ତର ଅଭାବକୁ ଦୂର କରି ଅନ୍ୟ ଜୀବନକୁ ରକ୍ଷା କରିବାରେ ଆଗେଇ ଆସିବା।
Sign in
Sign in
Recover your password.
A password will be e-mailed to you.
Prev Post