ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରକୋଷ୍ଠରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ

3

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରକୋଷ୍ଠରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷ ନେଇ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏ ସକାଶେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ସଭାରେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ପଣ୍ଡା ପୌରୋହିତ୍ୟ କରିଥିବା ବେଳେ ଡୁଙ୍ଗୁରିପାଲି ହାଇସ୍କୁଲ ସଂସ୍କୃତ ଶିକ୍ଷୟତ୍ରୀ ମଞ୍ଜୁଲତା ରଣା ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ସୁନାପାଲି ସରକାରୀ ହାଇସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ମଞ୍ଜୁଲତା ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁମନ୍ଦିରର ଭଉଣୀ ମାନଙ୍କ ଦ୍ବାରା ସମବେତ ସଙ୍ଗୀତ ପରିବେଷଣ କରା ଯାଇଥିଲା ।ପରେ ପରେ ଆଚାର୍ଯ୍ୟା ଲିଲିମା ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବାପରେ ଅତିଥିବୃନ୍ଦ ସାମାଜିକ ସମରସତା ଏବଂ କୁଟୁମ୍ବ ପ୍ରବୋଧନ ପ୍ରସଙ୍ଗ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏ ଉତ୍ତାରୁ ଆଚାର୍ଯ୍ୟା ତାରାସିନୀ ସାହୁ,ଆଚାର୍ଯ୍ୟା ବବିତା ବାଗ୍,ଆଚାର୍ଯ୍ୟା ଅନୁରାଧା ସାହୁ, ଆଚାର୍ଯ୍ୟା ଗୁରୁବାରୀ ପଧାନ,ଆଚାର୍ଯ୍ୟା ମମତା ଦଣ୍ଡସେନା ପ୍ରମୁଖଙ୍କ ଦ୍ବାରା ଆୟୋଜିତ ଅମୃତ କଳସ ବନାମ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ।ତେବେ ପ୍ରଥମ ପର୍ଯ୍ୟାୟ ସଭାରେ କବୟତ୍ରୀ ଯଶୋବନ୍ତୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଠିକ୍ ସେହିପରି ଅପରାହ୍ନ ୨ଟା ସମୟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟୋଜିତ ଦ୍ବିତୀୟ ପର୍ଯ୍ୟାୟ ସଭାରେ ପ୍ରୋକ୍ତ ଆଚାର୍ଯ୍ୟାମାନଙ୍କ କର୍ତ୍ତୃକ ଦ୍ବିତୀୟ ପର୍ଯ୍ୟାୟ ଅମୃତ କଳସ ବନାମ ପ୍ରଶ୍ନମଞ୍ଚରେ ମାଁମାନେ ପର୍ଯ୍ୟାବରଣ ସ୍ବବୋଧ ଏବଂ ନାଗରିକର କର୍ତ୍ତବ୍ୟ ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ ।
ଏହି ଅବସରରେ ଯୌଥ ପରିବାରର ସ୍ବନାମଧନ୍ୟା ମହିଳା ଦୁ଼ଃଖୀଦେଈ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ଆଚାର୍ଯ୍ୟା ଜ୍ୟୋତ୍ସ୍ନା ସେଠ ଭାରତୀୟ ସଂସ୍କୃତି ଓ ପରଂପରାର ପ୍ରତିବଦ୍ଧତା ନେଇ ଶତାଧିକ ମହିଳାଙ୍କୁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଚାର୍ଯ୍ୟା ରାଧାରାଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.