ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ବେଲଗୁଣ୍ଠା ବ୍ଲକ୍ ଛାତ୍ରୀଙ୍କ କୃତୀତ୍ୱ

4

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଭୂବନେଶ୍ୱର କ୍ଯାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ତଥା ବେଲଗୁଣ୍ଠା ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଲିପ୍ସାରାଣୀ ବିଷୋୟୀ I ଲିପ୍ସାରାଣୀ ରାଜ୍ୟ ସ୍ତରୀୟ ସୁରଭିରେ ଅନୁଷ୍ଠିତ ସ୍ପେଲିଙ୍ଗ୍ ବି ପ୍ରତିଯୋଗିତIରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ସ୍ଲୋଗାନ ଲିଖନ ପ୍ରତିଯୋଗିତlରେ ତୃତୀୟ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ସୁରଭି ମଞ୍ଚରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡ.ଏନ୍ ତିରୁମାଲା ନାୟକଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଲିପ୍ସାରାଣୀଙ୍କ ଏହି ସଫଳତା ପାଇଁ ତାଙ୍କୁ ଗଞ୍ଜାମ ଜିଲ୍ଳା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର,ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଡ଼ ସରୋଜ ମୋହନ ପାଳ,ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରୁନିବାଳା ତ୍ରିପାଠିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ବ୍ଳକ୍ ର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି I

Leave A Reply

Your email address will not be published.