ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗତ ସେପ୍ଟେମ୍ବର ମାସରେ ବେଲଗୁଣ୍ଠା ପୋଲିସ୍ ଗାଡ଼ି ମଟର ଯାଞ୍ଚ୍ କରୁ୍ଥିବା ବେଳେ ଓଡି୩୨ଜେ୨୩୯୨ ନମ୍ବର୍ ବିଶିଷ୍ଟ ଏକ ପିକ୍ ଅପ୍ ଗାଡ଼ିରେ ବେଆଇନ୍ ଗୋରୁ ଚାଲାଣ ହେଉଥିବା ସୂଚନା ପାଇ ଗାଡ଼ିଟିର ପିଛା କରି ଏହାକୁ ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ଛକ ନିକଟରେ ଅଟକାଇବା ସହିତ ସେଥିରେ ଅତି ଦୟନୀୟ ଅବସ୍ଥାରେ ଭର୍ତ୍ତି କରାଯାଇଥିବା ୧୨ ଟି ଗାଈକୁ ଉଦ୍ଧାର କରିଥିଲେ I ଗାଈ ଗୁଡ଼ିକୁ ଅମାନବୀୟ ଭାବରେ ଅତି ଅଳ୍ପ ସ୍ଥାନରେ ଲଦାଲଦି କରି ରଖାଯାଇଥିଲା I ଏନେଇ ଗାଡିକୁ ଜବତ କରାଯିବା ସହିତ ବେଲଗୁଣ୍ଠା ଥାନାରେ ୪୬୪/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା I ଏହି ମାମଲାରେ ଜଡ଼ିତ ଗାଡ଼ି ଚାଳକ ତଥା ସୋରଡା ଥାନା ଅନ୍ତର୍ଗତ କଦଳୀଝୋଳା ଗ୍ରାମର ଟୁଟୁ ନାୟକ (୨୭) କୁ ଆଜି ବେଲଗୁଣ୍ଠା ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.