
ଝାରସୁଗୁଡ଼ା/୧୬/୧୧/୨୦୨୫: ଝାରସୁଗୁଡ଼ା ଡିଏଭିର ତ୍ରିଦିବସୀୟ ଶିଶୁ ମହୋତ୍ସବ ‘ଚିଲଡ୍ରେନ ଫେଷ୍ଟ’ ବିଧିବଦ୍ଧ ଭାବରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଓଡ଼ିଶା ଜୋନର ଆଞ୍ଚଳିକ ଅଧିକାରୀ ଲୋକନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନପୂର୍ବକ ଛାତ୍ରଛାତ୍ରୀମାନଙ୍କ ଅବିରତ ପ୍ରୟାସ ଓ କ୍ରିୟାକଳାପଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ । ବ୍ରଜରାଜନଗର ହିଲ ଟପ କଲୋନୀ ଡିଏଭି ଅଧ୍ୟକ୍ଷ ଚିନ୍ମୟ ମହାପାତ୍ର, ବନ୍ଧବାହାଲ ଡିଏଭି ଅଧ୍ୟକ୍ଷ ପ୍ରଦୀପ କୁମାର ହୋତା, ଇବ ଭ୍ୟାଲି ଡିଏଭି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ ସମେତ ପରିଚାଳନା ସମିତି ସଭ୍ୟ ତଥା ବରିଷ୍ଠ ଆଇନଜ୍ଞ ତାପସ ରାୟ ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସତୀଶ ପଟେଲ, ବ୍ରଜରାଜନଗର କଲେଜରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱଜିତ ଖମାରୀ, ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ କଲେଜରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ଟହଲୁ ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁଅଁର, ଦିଲ୍ଲୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ସୁଜାତା ଲେଙ୍କା, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ହରିଲାଲ ପ୍ରଧାନ, ହଂସାମୁରା କଣ୍ଟାପାଲି ଅଧ୍ୟାପିକା ମନ୍ଦାକିନୀ ଶତପଥୀ, ସ୍ଥାପନା ସଭ୍ୟ ବାଳ ଗୋବିନ୍ଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନପୂର୍ବକ ତ୍ରିଦିବସୀୟ ଶିଶୁ ମହୋତ୍ସବର ଗାରିମା ବୃଦ୍ଧି କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଓ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଅତିଥିବର୍ଗଙ୍କ ସ୍ୱାଗତ ଓ ପରିଚୟ କରିଥିଲେ ।
ବୈଦିକ ହୋମଯଜ୍ଞ ସହିତ ଶୁଭାରମ୍ଭ ହୋଇଥିବା ଉଦଘାଟନୀ ଉତ୍ସବ ପୁରସ୍କାର ବିତରଣ ପର୍ବ ସହ ଉଦଯାପିତ ହୋଇଥିଲା । ପୁସ୍ତକ ମେଳା, ସାହିତ୍ୟ ସମ୍ମିଳନୀ, ଖାଦ୍ୟ ମେଳା, ଜେଜେବାପା ଜେଜେମା ସମ୍ମିଳନୀ, ଭାଷା ଓ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ, ସେମିନାର, ଆର୍ଟ ଆଣ୍ଡ କ୍ରାଫ୍ଟ, ଆଡ଼ ଶୋ, କୁଇଜ୍, ନୃତ୍ୟ ସଙ୍ଗୀତ, ଦଳଗତ ପ୍ରଦର୍ଶନ, ମହାପୁରୁଷଙ୍କ ଅଭିନୟ, ନଡ଼ିଆ ଚିତ୍ରୀକରଣ, ମାଠିଆ ଚିତ୍ରକଳା, ଫଟୋଗ୍ରାଫି, ଇଂରାଜୀ ତର୍କ କୁଇଜ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାହିତ୍ୟ ସମ୍ମିଳନୀରେ ଓଡ଼ିଆ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ତଥା ଆକାଶବାଣୀ ଉଦଘୋଷିକା ତଥା ସାହିତ୍ୟିକା ଶିବପ୍ରିୟା ମିଶ୍ର, ବ୍ରଜରାଜନଗର କଲେଜରୁ ଅବସରପ୍ରାପ୍ତ ରିଡ଼ର ବିଶ୍ୱଜିତ ଖମାରୀ ଓ ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମୀନା ସୋନୀ ଯୋଗଦାନପୂର୍ବକ ସାହିତ୍ୟ ଚର୍ଚ୍ଚା କରିବା ସହିତ ସାହିତ୍ୟ, ସମାଜ ଓ ସଂସ୍କୃତିକୁ ଯୋଡ଼ିବା ସହିତ ବ୍ୟକ୍ତିତ୍ଵ ନିର୍ମାଣ ଓ ରାଷ୍ଟ୍ରହିତ ସନ୍ଦର୍ଭରେ ଗବେଷଣାମୂଳକ ଆଲୋଚନା କରିଥିଲେ । ଦଳଗତ ନୃତ୍ୟ ପ୍ରଦର୍ଶନ ଲାଗି ବରରୁଚି ଓ ଭବଭୂତି ହାଉସକୁ ପୁରସ୍କୃତ କରଯାଇଥିଲା ।
ସମସ୍ତ ଦିନର ବିଭିନ୍ନ ପ୍ରତିଯୋଗିତା ଲାଗି ଅତିଥି, ଅଭିଜ୍ଞ ବିଚାରକ ଓ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଥିଲା । ଅଲେଖ ବିହାରୀ ସାହୁ, ଡ. ମଞ୍ଜୁଶ୍ରୀ ବେଦୁଲା, ଅଞ୍ଜଳି ବାଲ ସୁବ୍ରମନ୍ୟନ, ସୁକନ୍ୟା ମହାପାତ୍ର, ମନିଷା ଚାନ୍ଦ, ନିଳୀମା ପଟେଲ, ରାହାସ ବିହାରୀ ଦାଶ ସଭା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ୟଶ ସକସେନାଙ୍କୁ ସ୍ପେଶାଲ ଅୱାର୍ଡ଼, ସବିତା ଭୂୟାଁଙ୍କୁ ବେଷ୍ଟ ସିଙ୍ଗର, ସାଇଶ୍ରୀ ସାମନ୍ତରାୟଙ୍କୁ ବେଷ୍ଟ ଡ୍ୟାନସର, ଦେବାଂଶୀ ଚାନ୍ଦଙ୍କୁ ବେଷ୍ଟ ଏଣ୍ଟରଟେନର, ଆଦୃତି ରାଉତରାୟଙ୍କୁ ବେଷ୍ଟ କଷ୍ଟ୍ୟୁମ, ଆଦ୍ୟା ଅନୁଶ୍ରୀ ସାହୁଙ୍କୁ ବେଷ୍ଟ ପ୍ରପ ଓ ସମାଇରା ପାଢ଼ୀଙ୍କୁ ବେଷ୍ଟ ଥିମ ଅୱାର୍ଡ଼ ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.