ଝାରସୁଗୁଡ଼ା: ଝାରସୁଗଡ଼ା ଜିଲା ଲଖନପୁର ବ୍ଲକ ଇବ୍ ଥର୍ମାଲସ୍ଥିତ ଓଡ଼ିଶା ପାୱାର୍ ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍ ଦ୍ବାରା ଇବ୍ ଥର୍ମାଲ ପାୱାର୍ ଷ୍ଟେଶନଠାରେ ୪୨ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ପାଳିତ ହୋଇଯାଇଛି। ନିର୍ଦ୍ଦେଶକ(ଅପରେଶନ) ଅଞ୍ଜନ ରଞ୍ଜନ ଦାଶଙ୍କ ଦ୍ବାରା ଇବ୍ ଥର୍ମାଲ ପାୱାର୍ ଷ୍ଟେଶନସ୍ଥିତ ହେଲିପ୍ୟାଡ୍ ପଡିଆରେ ଓପିଜିସିର ଧ୍ଵଜାରୋହଣ କାର୍ଯ୍ୟକ୍ରମ ଶୁକ୍ରବାର କରାଯାଇଥିଲା। ଏଥିରେ ବରିଷ୍ଠ ଭିପି (ଅପରେଶନ) ସୁକାନ୍ତ ମହାପାତ୍ର, ବରିଷ୍ଠ ଜିଏମ୍ (ଏଚ୍ଆର) ଶୁଭାଶିଷ ମୁଖାର୍ଜୀଙ୍କ ସମେ ତ ଅନ୍ୟ ବିଭାଗର ଅଧିକାରୀ, ଅଧିକାରୀ, କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ସ୍ୟ ଉପସ୍ଥିତ ଥିଲେ। ଓପିଜିସିର କର୍ମଚାରୀ, ମହିଳା ଓ ଶିଶୁ ବର୍ଗରେ ମିନି ମାରାଥନ ଅନୁଷ୍ଠିତ ସ୍ଥିତ ହୋଇଥିଲା। ଏଥିରେ ୬୦୦ରୁ ดจ์ ପ୍ରତିଯୋଗୀ ଭାଗନେଇଥିଲେ।
ଏଥିରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସ୍ପର୍ଶ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଦେଇ ସମ୍ମାନିତ କରାଯାଇଥିଲା। ଇବ୍ ଥର୍ମାଲ ଚିକିତ୍ସାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ପରିଚାଳନା ନିର୍ଦ୍ଦେ ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ କର୍ପୋରେଟ କାର୍ଯ୍ୟାଳୟରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଇବ୍ ଥର୍ମାଲ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଥିଲେ।
ସନ୍ଧ୍ୟାରେ ହେଲିପ୍ୟାଡ୍ ପଡିଆରେ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେଠାରେ ପଡିଥିବା ଷ୍ଟଲ ଉଦ୍ଘାଟନ କରାଯାଇଥିଲା। ଶନିବାର ଦ୍ଵିତୀୟ ଦିବସରେ ରାଜୀବ ଗାନ୍ଧୀ ପଡିଆରେ ଓପିଜିସିର ବରିଷ୍ଠ ବନାମ ଯୁବ କର୍ମଚାରୀଙ୍କ ମଧ୍ୟରେ କ୍ରିକେଟ୍ ଏବଂ ଫୁଟ୍ବଲ ମ୍ୟାଚ୍ ଅନୁଷ୍ଠିତ ହୋଥିଲା। ହୋଥ ଏଥିସହ ସନ୍ଧ୍ୟାରେ ଓପିଜିସି କର୍ମଚାରୀ, ଆଇଟିପିଏସ୍ ମହିଳା କ୍ଲବ ହୃଦସ୍ୟ ଓ ଶିଶୁଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post