ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ଦେବୀଙ୍କୁ ସମ୍ମାନଜନକ “ଶିକ୍ଷକ ରତ୍ନ ସମ୍ମାନ – ୨୦୨୫”

4

 ଭୁବନେଶ୍ବର, ନଭେମ୍ବର ୧୬, ୨୦୨୫ – କଟକ ସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ଦେବୀଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନଜନକ “ଶିକ୍ଷକ ରତ୍ନ ସମ୍ମାନ-୨୦୨୫” ପ୍ରଦାନ କରାଯାଇଛି ।

ଓଡ଼ିଶା ପ୍ରତିଭା ସମ୍ମାନ ପକ୍ଷରୁ ଆୟୋଜିତ ବାର୍ଷିକ ସାଂସ୍କୃତିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଶୋକ କୁମାର ମହାପାତ୍ର ଶ୍ରୀମତୀ ରୀନା ଦେବୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବର୍ତ୍ତମାନ ହାଇଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ମୁଖ୍ୟ ଡ. କୁମାର ବରଦାସ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରମୋଦ କୁମାର ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମ୍ମାନଜନକ ସ୍ୱୀକୃତି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରତି ତାଙ୍କର ଅଦମ୍ୟ ଉଦ୍ୟମ, ଅବଦାନ, କୋମଳ ଛାତ୍ରଛାତ୍ରୀଙ୍କ ପ୍ପ୍ରତିପୋଷଣ ପାଇଁ ତାଙ୍କର ଗଭୀର ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛି।

ଏହି ସମ୍ମାନ ପାଇଁ ଖୁସି ବ୍ୟକ୍ତ କରି ଶ୍ରୀମତି ରୀନା ଦେବି କହିଛନ୍ତି, ” କୃତଜ୍ଞତାର ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭାବରେ ଏହି ସମ୍ମାନ ଗ୍ରହଣ କରୁଛି । ଶିକ୍ଷକତା କରିବାକୁ ମୁଁ ପିଲାବେଳୁ ବାପାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲି। ନିରନ୍ତର ପ୍ରୋତ୍ସାହନ ଓ ମାର୍ଗଦର୍ଶନ ପାଇଁ ଭୁବନେଶ୍ୱର ଷ୍ଟିୱାର୍ଟ ସ୍କୁଲର ପୂର୍ବତନ ଅଧ୍ୟକ୍ଷା ଡକ୍ଟର ରଶ୍ମୀରେଖା ସେନାପତିଙ୍କ ନିକଟରେ ମୁଁ ଋଣୀ । 26 ବର୍ଷ ଧରି, ମୁଁ ଏହି ବୃତ୍ତିର ଅଂଶ ହେବାର ସୌଭାଗ୍ୟ ପାଇଛି। ଆମର ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ମୋର ଉତ୍ସର୍ଗୀକୃତ ସହକର୍ମୀଙ୍କ ପ୍ରୋତ୍ସାହନ ପାଇଁ ମୁଁ ଗଭୀର କୃତଜ୍ଞ । ଏହି ସ୍ୱୀକୃତି ମୋତେ ମୋର ପ୍ରୟାସକୁ ଦ୍ୱିଗୁଣିତ କରିବାକୁ ପ୍ରେରଣା ଯୋଗାଇବ । “

ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଓ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜକ ସଂସ୍ଥା ଓଡ଼ିଶା ପ୍ରତିଭା ସମ୍ମାନ ଉତ୍ସର୍ଗୀକୃତ ।

Leave A Reply

Your email address will not be published.