ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣୀ ପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶିଶୁ ଦିବସ – ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଏକ ସଭାର ଆୟୋଜନ କରାଯିବା ସହିତ ଛୋଟ ଶିଶୁମାନଙ୍କର ନାଚ ପରିବେଷଣ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପି.ଅରୁଣା , ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ରେଣୁବାଳା ବେହେରା , ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଉପଦେଷ୍ଟା ସ୍ଵର୍ଣ୍ଣ ପ୍ରଭା ପାଠି , ସଂପାଦିକା ମିନା କୁମାରୀ ଟହଲ , କୋଷାଧ୍ୟକ୍ଷ ସରିତା ପାଣିଗ୍ରାହୀ , ସଦସ୍ୟା ପୁଷ୍ପାଞଳୀ ପଣ୍ଡା , ଖିରାବ୍ଧି ତନୟା ପଣ୍ଡା , ଚିନ୍ମୟୀ ପଣ୍ଡା , ଅଙ୍ଗନବାଡି କର୍ମୀ ପି.ବିଜୟ ଲକ୍ଷ୍ମୀ , ୟା.ସ୍ମୁତି , ପି .ମିନାକ୍ଷୀ , ତେଜାବତୀ ନାୟକ , ଟି.ସୁକନ୍ୟା ଉପସ୍ଥିତ ରହି ଶିଶୁ ଦିବସ ର ମହତ୍ଵ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ସ୍ମୃତି ଚାରଣ କରିଥିଲେ।
ଶିଶୁ ମାନଙ୍କ ର ଶିକ୍ଷା , ସ୍ଵାସ୍ଥ୍ୟ ଓ ଯତ୍ନ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ଚଉଦ ଟି ଅଙ୍ଗନବାଡି କେନ୍ଦ୍ର ର ଦିଦି ମାନଙ୍କ ଉପସ୍ଥିତି ଯୋଗୁଁ ସଫଳତ ହୋଇପାରିଥିଲା। ସର୍ବ ଶେଷ ରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।
ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଦିବସ କାର୍ଯ୍ୟକ୍ରମ ମହାସମାରୋହ ରେ ଆୟୋଜିତ ହୋଇଛି।ଏଇ ଅବସରରେ ବିଦ୍ୟାଳୟର ପିଲାମାନେ ଆଚାର୍ଯ୍ୟ ମୁରଲୀମୋହନ ପ୍ରଧାନଙ୍କ ନେତୃତ୍ବରେ ଘୋଷ ବାଦ୍ୟ (ବ୍ୟାଣ୍ଡ୍) ବଜାଇ ନଗର ପରିକ୍ରମା କରିଥିଲେ ଏବଂ ହରିଦ୍ବାରରୁ ପାରଳାଖେମୁଣ୍ଡି ଆସିଥିବା ପବିତ୍ର ଗାୟତ୍ରୀ ରଥର ମଧ୍ୟ ସ୍ବାଗତ କରିଥିଲେ।
ଶିଶୁ ଦିବସ ଅବସରରେ ପିଲାଙ୍କ ମଧ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ନାଟକ , ଗୀତ ବକୃତା ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ।
ସେହିପରି ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନରେ ଧୁମଧାମରେ ଶିଶୁ ଦିବସ ପାଳିତ ହୋଇଯାଇଛି।

Leave A Reply

Your email address will not be published.