( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଗୋଳନ୍ଥରା ଥାନା ଅର୍ନ୍ତଗତ କନିଷି ଢ଼ାବା ସାମ୍ନାରେ ଟ୍ରକ୍ ଓ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ଚିକିଟି ଗଡ ଅଞ୍ଚଳର ଗୁରୁବାରିଆ ଗୌଡ ନାମକ ଜଣେ ଯୁବକ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ନିଜ ମୋଟରସାଇକେଲ ରେ ବ୍ରହ୍ମପୁର କାର୍ଯ୍ୟକ୍ରମ ସାରି ଗାଁ କୁ ଫେରୁଥିବା ବେଳେ ଆନ୍ଧ୍ର ପ୍ରଦେଶ ଠାରୁ ଭୁବନେଶ୍ଵର ଯାଉଥିବା ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ଦେଇଥିଲା। ଯାହା ଫଳରେ ଗୁରୁବାରିଆ ଘଟଣାସ୍ଥଳରୁ କିଛି ଦୁର ଛିଟିକି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.