ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର କୃଷି କାର୍ଯ୍ୟାଳୟରେ ଆଜି ଆତ୍ମା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରବି ଋତୁ ପାଇଁ ସରକାରଙ୍କ ବିଭିନ୍ନ କୃଷି-ଯୋଜନା, ବ୍ଲକର କୃଷି ଉନ୍ନୟନ, ଜୈବ ଚାଷର ପ୍ରଚାର, ନୂତନ ପ୍ରଯୁକ୍ତିର ବ୍ୟବହାର, କୃଷକ ପ୍ରଶିକ୍ଷଣ ଓ ଯୋଜନାର କାର୍ଯ୍ୟନିଷ୍ପାଦ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ ଚାଷୀମାନଙ୍କୁ 50% ରିହାତି ଦରରେ ଆଳୁ ବିହନ ଯୋଗାଇ ଦିଆଯିବ, ଯେଉଁଥିରେ ପ୍ରତି କେଜିର ମୂଲ୍ୟ ₹20 ରଖାଯାଇଥିବା ବେଳେ ଚାଷୀମାନେ ₹10 ଫେରସ୍ତ ପାଇବେ। ମିଠା ମକା ଚାଷ ସହିତ ହର୍ଟିକଲଚର ଓ ଭେଟେରିନେରୀ ବିଭାଗର ବିଭିନ୍ନ ଯୋଜନା ଚାଷୀଙ୍କ ପାଖକୁ କିପରି ପହଞ୍ଚିବ — ସେ ନେଇ ବ୍ୟାପକ ଚର୍ଚ୍ଚା ହୋଇଲା। ଏହି ଅବସରରେ ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ଚାଷୀମାନଙ୍କୁ ବିଷମୁକ୍ତ କ୍ଷେତ ସୃଷ୍ଟି କରି ରୋଗମୁକ୍ତ ସମାଜ ଗଢ଼ିବା ପାଇଁ ଆହ୍ୱାନ ଜଣାଇଥିଲେ। ସେ ଉଲ୍ଲେଖ କଲେ ଯେ ରାସାୟନିକ ଜହର ବ୍ୟବହାର କମାଇ ଯଦି ଜୈବ ଚାଷକୁ ଅଙ୍ଗୀକାର କରାଯାଏ, ତେବେ ଚାଷୀଙ୍କ ଖର୍ଚ୍ଚ କମିବ, ମାଟିର ଉର୍ବରତା ବଢ଼ିବ ଓ ଗ୍ରାମ ସମାଜ ସ୍ୱାସ୍ଥ୍ୟକର ହେବ; “ସମସ୍ତେ ମିଶି ବିଷମୁକ୍ତ ଓଡ଼ିଶା ଗଢ଼ିପାରିବା,” ବୋଲି ସେ ଆହ୍ୱାନ କଲେ। ବୈଠକରେ ଆତ୍ମା ଚେୟାରମ୍ୟାନ ଯୋଗିନ୍ଦ୍ର ପଧାନ, ବିଏଓ ନିତାଞ୍ଜଳି ବିଶି, ଏଏଓ ଅଭିଷେକ ଅଗ୍ରୱାଲ, ଏଏଚଓ ନିରଞ୍ଜନ ଦ୍ୱିବେଦୀ, ଏଭିଏସ ସଂଯୁକ୍ତା ସାହୁ, ଆତ୍ମା ସଦସ୍ୟ କୈଳାଶ ଗଡ଼ତିଆ ସହ ସମସ୍ତ କମିଟି ସଦସ୍ୟ ଓ ବିଜେପୁର ବ୍ଲକ କୃଷି କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.