ଆସନ୍ତା ୧୫ ରୁ ୧୮ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

4

ବାଲୁଗାଁ:(ସେକ କୌସର):ଶୁକ୍ରବାର ଅପରାହ୍ନରେ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ସମ୍ମିଳନୀ କକ୍ଷରେ ୧୧ତମ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ବ୍ୟାପି ଉତ୍ସବରେ ସୁଦୂର ଦକ୍ଷିଣ କୋରିଆ,ଶ୍ରୀଲଙ୍କା ଓ ଭାରତର ବିଭିନ୍ନ ପ୍ରାନ୍ତ ତଥା ଆଞ୍ଚଳିକ କଳାକାରମାନଙ୍କ କଳାକୃତି ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ ଗୀତ ପରିବେଷଣ ଦୈନନ୍ଦିନ ଜାରି ରହିବାନେଇ ଓଡ଼ିଆର୍ଟ ପକ୍ଷରୁ ସୂଚନା ଦେଇଛନ୍ତି।ଯାହାକି ଉକ୍ତ ଉତ୍ସବ ମାଧ୍ୟମରେ ଓଡ଼ି ଆର୍ଟକୁ ଲୋକପ୍ରିୟତା କରିବା ମୁଳ ଲକ୍ଷ୍ୟ ଥିବାବେଳେ ପ୍ରାଚୀନ ପରମ୍ପରାକୁ ଉଦଜିବିତ ନେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ସୁଚାରୁରୂପେ ୧୧ତମ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ ବହୁ ଧୁମଧାମରେ ପାଳନ କରିବାନେଇ ଆଲୋଚନା କରିଥିଲେ।ଚଳିତ ବର୍ଷ ଏସିଆର ସମର କଳା ନୃତ୍ୟ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଉକ୍ତ ଉତ୍ସଵକୁ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦଘାଟନ କରିବା ନେଇ ଓଡ଼ିଆର୍ଟ ପକ୍ଷରୁ ପ୍ରକାଶ ପାଇଛି।ଏଥିସହିତ ଚାରି ଦିନ ବ୍ୟାପି ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ ସାଙ୍ଗକୁ ସ୍ଥାନୀୟ ଆଗ୍ରହୀ ଯୁବକ,ଯୁବତୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଟେରାକୋଟା,ପଟ୍ଟଚିତ୍ର, ଚାନ୍ଦୁଆ,ଏମ୍ବ୍ରାଇଡେରୀ,କାଇଞ୍ଚ ମାଳି ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯିବ।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆର୍ଟ କମିଟି ଅଧ୍ୟକ୍ଷା ହେଲେନ ଆଚାର୍ଯ୍ୟ,ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାଶ,କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁଧାଂଶୁ ଶେଖର ତ୍ରିପାଠୀ,ସାଂସ୍କୃତିକ ସମ୍ପାଦକ ସୁଶାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.