କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ସେବା, ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ପକ୍ଷରୁ ଏକ ସ୍ୱତନ୍ତ୍ର ଶିଶୁ ଥେରାପି କେନ୍ଦ୍ର ଆଜି କେନ୍ଦ୍ରାପଡ଼ା ସହରର ମ।ଧପୁର ସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ଉଦଘାଟିତ ହେ।ଇଯାଇଛି । ଏହି ଥେରାପି କେନ୍ଦ୍ରରେ ନିୟୋଜିତ ଥିବା ଫିଜିଓଥେରାପିଷ୍ଟ, ଅକ୍ୟୁପେଶନାଲ୍ ଥେରାଥେରାପିଷ୍ଟ, ସ୍ପିଚ ଥେରାପିଷ୍ଟ ଓ ସ୍ପେଶାଲ ଏଜୁକେଟର ପ୍ରମୁଖ ରହି ମସ୍ତିଷ୍କ ପକ୍ଷାଘାତ, ଚଳନ ଶକ୍ତି ବାଧିତ, ଅଟିଜିମ୍ ଓ ବିବିଧ ବିକାଶ ବାଧିତ ଶିଶୁଙ୍କୁ ଥେରାପି ସେବା ପ୍ରଦାନ କରିବେ । ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର୍. ଆୟର, ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି |ଅନ୍ୟ ବିଶିଷ୍ଟ ଅତିଥିମାନେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସକ ଦିଲ୍ଲୀପ ଚନ୍ଦ୍ର ନାୟକ,ବିଶିଷ୍ଟ ସମାଜସେବୀ ଲୋକପ୍ରିୟ ଚିକିତ୍ସ।ବିତ୍ ଡ।. ବିଶ୍ଵ ପ୍ରକାଶ କାନୁନଗୋ, ବରିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡ।. କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ପ୍ରମୁଖ ଯୋଗ ଦେଇ ଏହା ଜିଲ୍ଲାରେ ଦିବ୍ୟ।ଙ୍ଗ ମାନଙ୍କ ଚିକିତ୍ସ। ଏକ ପ୍ରମୁଖ କେନ୍ଦ୍ର କାର୍ଯ୍ୟ କରିବ ବୋଲି ଆଶା ବ୍ୟକ୍ତ କରିଥଲେ। ଆବଶ୍ୟକ ଉପକରଣ, ବାଧକ ବିହୀନ ଖସଡ଼ା,ପରିଶ୍ରାଗାର ସାଜସଜ୍ଜା ଆଦି ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ପୁନର୍ବାସର ଉପଦେଷ୍ଟା ତଥା ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷ। ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ। ଫିଜିଓ ଥେରାପିଷ୍ଟ ଗୁଞ୍ଜନ୍, ସ୍ପିଚି ଥେରାପିଷ୍ଟ ଶିବାନୀ ଭୋଳ ଦିଆଯାଉଥିବା ଥେରାପି ଉଟିକ୍ ସଂପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୁନର୍ବାସର ସଂଯୋଜକ ସଞ୍ଜୀବ ଜେନା, ରଞ୍ଜନ ଦାସ, ସ୍ବପ୍ନ।°ଶୁ କୁମାର ଦାସ, ଅକ୍ଷୟ କୁମାର ପାଣି, ମହମ୍ମଦଜ।ଇଦ ଖାଁ, ନିରଞ୍ଜନ ମେକାପ, ଶେଷଦେବ ଦାସ, ଜ୍ୟୋତି ରଞ୍ଜନ ନାୟକ ଓ ପୁନର୍ବାସ କର୍ମକର୍ତ୍ତ।, କର୍ମଚାରୀ ମାନେ ସହଯୋଗ କରିଥିଲେ । ପୁନର୍ବାସ ର ସହ ସମ୍ପାଦକ ଶ୍ରୀ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ମାନେ ଯୋଗ ଦେଇ ପିଲାମାନଙ୍କ ଅଭିବୃଦ୍ଧି ସମ୍ପର୍କରେ ବର୍ଣ୍ଣନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post