ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷା ଅନୁଷ୍ଠାନରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ଗୋବରା ସ୍ଥିତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନରେ ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ “ମୋ ଜେଜେ ମାଆ ଓ ମୋ ଜେଜେ ବାପା ” ଶୀର୍ଷକରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ,ସମିତିସଭ୍ୟ ବିଭୂପାଦ ଜେନା,ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ଏବଂ କୁମୁଦିନୀ ଫାଉଣ୍ଡେସନ୍ ପ୍ରତିଷ୍ଠାତା ସନ୍ନ୍ୟାସୀ ପାତ୍ର ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ଏହି ଅବସରରେ ବିଜୟ ଚନ୍ଦ୍ର ଶତପଥୀଙ୍କୁ ଶ୍ରେଷ୍ଠ ଜେଜେ ବାପା ରୂପେ ସମ୍ମାନିତ କରାଯାଇଥିଲା I ଇଙ୍ଗିନାଠୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ,ସଭାପତି ସୂର୍ଯ୍ୟକାନ୍ତ ନାୟକ,ମୁଖ୍ୟ ଅତିଥି ରବୀନ୍ଦ୍ର ଗଉଡ, ସମ୍ମାନିତ ଅତିଥି ମୃତ୍ୟୁଞ୍ଜୟ ରଥ, ଲକ୍ଷ୍ମଣ ମଲ୍ଲିକ, ପବିତ୍ର ନାୟକ,ଶିକ୍ଷୟିତ୍ରୀ ଦୀପ୍ତାଂଶୁ ପ୍ରଭା ଦେବୀ, ବାଲରାଜ୍ ଆୟେଙ୍ଗର, ସମୀର ସାହୁ,ସଞ୍ଜିତା ପାଢ଼ୀ, ରଶ୍ମିତା ରାଉତ ଉପସ୍ଥିତ ରହି ବ୍ଲକ ସ୍ତରୀୟ ସୁରଭି ରେ ପୁରସ୍କୃତ ୩ଜଣ ଛାତ୍ରୀଙ୍କୁ ସମ୍ମାନିତ କରିଥିଲେ I ରାମଚଣ୍ଡୀ ଫାଉଣ୍ଡେସନ ତରଫରୁ ଛାତ୍ର ଛାତ୍ରୀଙ୍କୁ ଖାତା,କଲମ, ପେନ୍ ସିଲ୍,ରବର ବଣ୍ଟନ କରାଯାଇଥିଲା। ସେହିପରି ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସିଆରସିସି ରମେଶ କୁମାର ପାଣିଗ୍ରାହୀ, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର,ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ, ଶିକ୍ଷୟିତ୍ରୀ ଅଳକା ପ୍ରଧାନ,ଶିବ ରଞ୍ଜନୀ ସାହୁ, ଶିକ୍ଷକ ଦେବୀ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ସେହିପରି ବେଲଗୁଣ୍ଠା ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଶିଶୁ ଦିବସ କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସରପ୍ରାପ୍ତ ସରକାରୀ ଅଭିଯୋଜକ ବିପିନ ବିହାରୀ ସାହୁ,ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବେଲଗୁଣ୍ଠା ଶାଖା ପରିଚାଳକ ସତ୍ୟନାରାୟଣ ଟୁଡୁ,ଅନୁଷ୍ଠାନର ସଭାପତି ବିଜୟ କୁମାର ସ୍ୱାଇଁ, ଉପସଭାପତି କାଳୀଚରଣ ପାଢ଼ୀ,ସମ୍ପାଦକ ପବିତ୍ର କୁମାର ସାହୁ, ସହ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ସୁବୁଦ୍ଧି, ଉପଦେଷ୍ଟା ରବୀନ୍ଦ୍ରନାଥ ରଥ, ସଦସ୍ୟା ସୁଜାତା ସୁବୁଦ୍ଧି ଓ ରାଧାରାଣୀ ସେଠୀ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସମସ୍ତ ସହକର୍ମୀ ପୂର୍ଣ୍ଣ ସହଯୋଗ କରିଥିଲେ। ଇତ୍ୟବସରରେ ଗତ ଦିନରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ କୃତିତ୍ତ୍ଵ ଅର୍ଜନ କରିଥିବା ଶିଶୁ ଏବଂ ଶିଶୁ ବାଟିକାର କ୍ରୀଡ଼ା ପ୍ରତିଭାଗୀ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠାନର ଶୈକ୍ଷିକ ଉନ୍ନତି କଳ୍ପେ ଦୁଇଟି କମ୍ପ୍ୟୁଟର ସିଷ୍ଟମ୍ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.