୭୫୦୦ ଲିଟର ପୋଚ ଓ ୯୨୦ ଲିଟର ଚୋରା ଦେଶି ହାତ ରନ୍ଧା ମଦ ଜବତ

4

 ନବରଙ୍ଗପୁର,ଅଶୋକ ସାହୁ : ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସନ୍ଦୀପ ସମ୍ପଦ ମାଡକର ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ,  ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ତଥା ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଗୋଷ୍ଟି ନୀରିକ୍ଷକ ବୃନ୍ଦାବନ ମଣ୍ଡଳ ଙ୍କ ପ୍ରତ୍ୟକ୍ଷ  ତତ୍ଵାବଧାନରେ, କୋଡିଙ୍ଗା ଅବକାରୀ ଥାନା କର୍ମଚାରୀ ମାନଙ୍କ ସହ, Executive Magistrate ଶ୍ରୀ ଅଶୋକ ମୁଦୁଲି ଙ୍କ ଉପସ୍ତିତି ରେ,  ବିଭାଗୀୟ କର୍ମଚାରି ମାନଙ୍କ ସହ, APR  ଓ କୋଶାଗୁମୁଡ଼ା ଥାନା କର୍ମଚାରୀ ମାନଙ୍କ ସହ,  କୋଶାଗୁମୁଡ଼ା  ଥାନା ଅର୍ନ୍ତଗତ କେର୍ଲା  ଗ୍ରାମ ର ପୋଖୋରି ହୁଡା ଓ ଖୋଲା ଜାଗା ଗୁଡ଼ିକୁ ତଲାସୀ କରିବାରୁ ୭୫୦୦ ଲିଟର ପୋଚ ଓ ୯୨୦ ଲିଟର ଚୋରା ଦେଶି ହାତ ରନ୍ଧା ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଦିଆ ଗଲା  ତଥା କୋଡ଼ିଙ୍ଗା ଥାନା ଅନ୍ତର୍ଗ ଡଙ୍ଗରା ଗ୍ରମରେ ଜଣେ ମହିଳା ଆସାମୀ ନିକଟରୁ ୯ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ବରଗାଁ ଗ୍ରାମର ଜଣେ ପୁରୁଷ ଆସାମୀ ମଧୁ କେଉଟ ନିକଟରୁ ୧୯ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଏହି ଚଢାଉ ରେ ନବାରଙ୍ଗପୁର ଅବକାରୀ ଥାନା ଅଧିକାରୀ ଆଶିଷ ନାୟକ,  ସହ ଉପନିରିକ୍ଷକ ହଳଧର ଜାନି, ରିସମା କୁମାରୀ ସୁନା, ପ୍ରମୋଦ କୁମାର ବାଘ, ରୀନା ବଡନାୟକ, ଆକ୍ରମ୍ ଖାନ , ରଂଜିତ ସିଂ, ଦେବେନ୍ଦ୍ର ଭତରା, କାଳୀମଣି ମୁଦୁଲି ତଥା ଅନ୍ୟ କର୍ମଚାରୀ ମାନେ ସହଯୋଗ କରି ଥିଲେ।

Leave A Reply

Your email address will not be published.