ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର ସହରର ବହୁ ପୁରାତନ ଶିକ୍ଷାନୁଷ୍ଠାନ ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଚାନ୍ଦିନୀ ପଣ୍ଡା ଙ୍କ ତତ୍ୱାବଧାନ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଉପାଲି ଅପରାଜିତା ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାମଚନ୍ଦ୍ର ମହାରଣା ଉଦଘାଟନ କରି ମେଳା ପରିଦର୍ଶନ କରି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି ମେଳାରେ ମୋଟ ୫୮ ଟି ପ୍ରକଳ୍ପ ପରିଦର୍ଶନ ହୋଇଥିଲା। ଯାହାକି ପରିବେଶ ସୁରକ୍ଷା,ଜଳଶକ୍ତି ସଂଚୟ, ସୌର ଶକ୍ତି ଓ ପ୍ରଦୂଷଣ ନିୟନ୍ତ୍ରଣ ଉପାୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଉଦଯାପନ ଉତ୍ସବରେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ମାନା ମିଲିୟନ ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ୩ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ ହୋଇଛନ୍ତି । ଶେଷରେ ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post