ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସ୍ଥିତ ପି .ଏମ. ଶ୍ରୀ ନୋଡାଲ ଘୁମୁସର ବୈଷୟିକ .ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀ ,ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବ୍ରଜକିଶୋର ମହାରଣା ଉପସ୍ଥିତ ଥିବାବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ପିଲାମାନଙ୍କ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ମାନେ ପିଲାମାନଙ୍କୁ ଆଧୁନିକ ଜୀବନରେ ବିଜ୍ଞାନର ଉପକାରିତା ଏବଂ ଆବଶ୍ୟକତା ବିଷୟରେ ବୁଝାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୁନି ବୈଜ୍ଞାନିକ ମାନଙ୍କର ପ୍ରକଳ୍ପ ପ୍ରସ୍ତୁତ କରିବାରେ ବିଜ୍ଞାନ ଶିକ୍ଷକ ସୁମନ୍ତ କୁମାର ସେଠୀ ଓ ଶିକ୍ଷୟିତ୍ରୀ ସୁନାକ୍ଷୀ ଦିଗଲ ପିଲାମାନଙ୍କୁ ମାର୍ଗ ଦର୍ଶନ କରିଥିଲେ I ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post