ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଳକ୍ ଗୋବରା ଠାରେ ଅବସ୍ଥିତ ୟୁନିୟନ୍ ବ୍ୟାଙ୍କ୍ ଶାଖା ତରଫରୁ ବ୍ୟାଙ୍କ୍ ର ୧୦୭ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି I ବ୍ୟାଙ୍କ୍ ଶାଖା ପରିଚାଳକ ଅନୂପ ସିଲ୍ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଡେପୁଟି ବ୍ୟାଙ୍କ୍ ମ୍ୟାନେଜର୍ ଏଲ୍.ଭି କିଶୋର କାହ୍ନା,ବ୍ୟାଙ୍କ୍ କର୍ମଚାରୀ ସଞ୍ଜିତ୍ ପଟ୍ଟନାୟକ,ଚନ୍ଦନ ସେଠୀ, ବିପିନ କୁମାର ପାଳ ଏବଂ ବହୁ ଗ୍ରାହକ ଉପସ୍ଥିତ ରହି କେକ୍ କାଟି ଉତ୍ସବକୁ ପାଳନ କରିଥିଲେ I ଏହି ଅବସରରେ ଉପସ୍ଥିତ ଗ୍ରାହକ ମାନଙ୍କୁ ବ୍ୟାଙ୍କ୍ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା I ୟୁନିୟନ ବ୍ୟାଙ୍କ୍ ସବୁବେଳେ ଗ୍ରାହକଙ୍କୁ ଉନ୍ନତ ଏବଂ ସୁରକ୍ଷିତ ସେବା ଯୋଗାଇ ଦେଇ ଆସୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ଶାଖା ପରିଚାଳକ ଅନୂପ ସିଲ ପ୍ରକାଶ କରିଥିଲେ I ବ୍ୟାଙ୍କ୍ କର୍ମଚାରୀ ମାନେ ଉପସ୍ଥିତ ଗ୍ରାହକଙ୍କୁ ବ୍ୟାଙ୍କ୍ ର ସୁରକ୍ଷିତ ଆର୍ଥିକ ନେଣଦେଣ ବ୍ୟବସ୍ଥା, ଋଣ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହିତ ବ୍ୟାଙ୍କ୍ ସମ୍ପର୍କିତ ମିଥ୍ୟା ଫୋନ୍ କଲ୍,ସାଇବର୍ ଠକେଇ,ଓଟିପି ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ I
Sign in
Sign in
Recover your password.
A password will be e-mailed to you.