ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗଂଜାମ ଜିଲ୍ଳାପାଳଙ୍କ ଅଭିନବ ପ୍ରୟାସରେ ବର୍ତ୍ତମାନ ଗଂଜାମ ଜିଲ୍ଲାର ସମସ୍ତ ପଂଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ଗୋବରା ପଂଚାୟତ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ବସନ୍ତ ସ୍ୱାଇଁ,ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠି,ପିଇଓ ସନ୍ତୋଷିନୀ ପାତ୍ର, ଯୋଗାଣ ସହାୟିକା ଇତିଶ୍ରୀ ଦେବୀ, ବିଦ୍ୟୁତ ବିଭାଗ ଅଧିକାରୀ ଉପସ୍ଥିତ ରହି ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରିଥିଲେ I ଆଜି ମୋଟ ୧୧୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା I ଏହି ଅଭିଯୋଗ ଶୁଣାଣି ଶିବିରରେ ଭତ୍ତା, ସୁଭଦ୍ରା ଯୋଜନା,ରାସନ୍ କାର୍ଡ୍,ଜଳ ସେଚନ,ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ସମସ୍ୟାର ଅଭିଯୋଗ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା I ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦିଆଯାଇ ପର୍ଯ୍ୟାୟ କ୍ରମେ ସେଗୁଡ଼ିକର ସମାଧାନ କରାଯିବ ବୋଲି ବିଡ଼ିଓ କଳାକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି I ଏହି ବୈଠକରେ ବିଭିନ୍ନ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.