କୁରାଳ ସୁନାମୁହିଁ ପୂର୍ତ୍ତ ରାସ୍ତାରେ ବୃଦ୍ଧାଙ୍କ ବେକରୁ ସୁନାମାଳ ଛଡାଇ ନେଲେ ୩ ଦୁବୃର୍ତ୍ତ

4

ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ସୁନା ମୁହିଁ ପୁର୍ତ୍ତ ବିଭାଗ ରାସ୍ତାରେ ସନ୍ୟାସୀ ପ୍ରଧାନଙ୍କ ସ୍ତ୍ରୀ କୁନ୍ତଳା ପ୍ରଧାନ ବିଲ କାମ ସାରି ଫେରୁଥିବା ବେଳେ ୩ ଜଣ ଦୁବୃର୍ତ୍ତ ଗୋଟିଏ ବାଇକରେ ଦ୍ରୁତଗତିରେ ଆସି ଅନ୍ଧାରବାଉତି ଠାକୁରାଣୀଙ୍କ ନିକଟରେ ଜଣେ କୁନ୍ତଳାକୁ ଧରିଥିବା ବେଳେ ଅନ୍ୟ ଜଣେ ତାଙ୍କ ବେକରୁ ସୁନା ମାଳିକୁ ଛଡାଇ ନେଇଥିଲେ । ଏବଂ କାନଫୁଲ ନେବାକୁ ବିଳମ୍ବ ହେବ ଭାବି ଷ୍ଟାର୍ଟ ଅବସ୍ଥାରେ ଥିବା ବାଇକରେ ବସି ଘଟଣା ସ୍ଥଳରୁ ସମସ୍ତେ ଗଞ୍ଜାମ ଅଭିମୁଖେ ଚମ୍ପଟ୍ ମାରିଥିଲେ । ଏବଂ ୩ ଜଣଯାକ ଦୁବୃର୍ତ୍ତ ହେଲମେଟ ପିନ୍ଧି ଥିବାରୁ ସେମାନଙ୍କୁ ଚିହ୍ନିବା ସହଜ ହୋଇନଥିଲା । ଏନେଇ ସୋମବାର ଅପରାହ୍ନରେ କୁନ୍ତଳା ପ୍ରଧାନ ଓଡ଼ଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.