ପଦ୍ମପୁର:-ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ “ୱିନର୍ ଫେଷ୍ଟ ” ଖୁଣ୍ଟପାଲି ସ୍ଥିତ ସ୍କୁଲ ପରିସର ରେ ସମାପନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିଥିବା ବେଳେ ନାରୀ ସଶକ୍ତିକରଣ ଉପରେ ଆଧାରିତ ଥିଲା । ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ଦିବସ ରେ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ । ଦ୍ଵିତୀୟ ସନ୍ଧ୍ୟାରେ ବରଗଡ଼ ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାରୀ ସଶକ୍ତିକରଣ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଦିଲ୍ଲୀ ରୁ ଆସିଥିବା ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର ଯୋଗ ଦେଇଥିଲେ । ତାଙ୍କ ସହ ବିଦ୍ୟାଳୟ ର ଚେୟାରମେନ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର, ଟ୍ରଷ୍ଟି ଶ୍ରୀମତୀ ସଂଯୁକ୍ତା ମିଶ୍ର, ଉପାଧ୍ୟକ୍ଷ ଶ୍ରୀ ପଦ୍ମନାଭ ପଣ୍ଡା ଏବଂ ସଂଯୋଜିକା ଶ୍ରୀମତୀ ନିବେଦିତା ଦାସ ମଞ୍ଚ ରେ ଉପସ୍ଥିତ ଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବ ରେ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ, ଗୀତ, ନାଟକ ତଥା ମଞ୍ଚ ପରିଚାଳନା କୁ ଦର୍ଶକ ମାନେ ଆନନ୍ଦ ଉଲ୍ଲାସ ର ସହ ଉପଭୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post