ପାଖରାବାଡଠାରେ ହନୁମାନ ଜୀଉ ବିଗ୍ରହ ପ୍ରତିଷ୍ଠା ଦିବସ 

0

ବାଲେଶ୍ୱର(ଉଜ୍ଜ୍ୱଳ କର) : ସଦର ବ୍ଲକ ଅନ୍ତର୍ଗତ ବଇଁଚା ଗ୍ରାମପଞ୍ଚାୟତର ପାଖରାବାଡ ଗ୍ରାମଠାରେ ଶ୍ରା ଶ୍ରୀ ହନୁମାନ ଜୀଉ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଦିବସରେ ଭକ୍ତମାନଙ୍କ ଦ୍ୱାରା ୧୦୦୮ କଳସ ଯାତ୍ରା ହୋଇଥିବା ବେଳେ ସାଢେ ସାତ ହଜାରରୁ ଉଦ୍ଧ୍ୱର୍ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଦ୍ୱତୀୟ ଦିନ ଅର୍ଥାତ୍ ଆଜି ମହାଯଜ୍ଞ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ତୃତୀୟ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବା ସହ ଶ୍ରୀ ହନୁମାନ ଜୀଉଙ୍କ ସ୍ରୁତି ଚାରଣ କରାଯିବ ବୋଲି ଶ୍ରୀ ଶ୍ରୀ ହନୁମାନ ଜୀଉ ସ୍ରୁତି କମିଟି ତରଫରୁ କୁହାଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ କମିଟିର ତରଫରୁ ସଭାପତି ଭୀମକାନ୍ତ ତରେଇ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମାଝୀ, ସମ୍ପାଦର ରବିନ୍ଦ୍ର ମାଝୀ, ସହସମ୍ପାଦକ ସୃଷ୍ଟିଧର ଖଟୁଆ, ଅନିଲ କୁମାର ବେହେରା, ନବୀନା ଖଟୁଆ, ଅଶୋକ ଖଟୁଆ, ସୁବାଷ ଚନ୍ଦ୍ର ଖଟୁଆ, ଗୟାଧର ବେହେରା ଏତତ୍ବ୍ୟତୀତ ପାଖରାବାଡ ତଥା ପୁରୁଣାବାଲେଶ୍ୱରର ବହୁ ବାଦାନ୍ୟ ବ୍ୟକ୍ତିଙ୍କ ପୂର୍ଣ୍ଣ ସହଯୋଗରେ ହନୁମାନ ଜୀଉଙ୍କ ବିଗ୍ରହ ପ୍ରତିଷ୍ଠା  ହୋଇପାରିଥିଲା । ସେମାନଙ୍କ ମଧ୍ୟରେ ସମାଜସେବୀ ପର୍ଶୁରାମ ବେହେରା, ନେତ୍ରାନନ୍ଦ ଖଟୁଆ, ତ୍ରିଲୋଚନ ଖଟୁଆ, ଉପେନ୍ଦ୍ର ବେହେରା, ରବିନ୍ଦ୍ର ଖଟୁଆ ପ୍ରମୁଖ ଅନ୍ୟତମ ଥିଲେ ।

Leave A Reply

Your email address will not be published.