ଓଡ଼ଗାଁ,୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପରିଚାଳନାରେ ସ୍ଥାନୀୟ ବ୍ଳକ୍ ରୋଡ୍ କଲ୍ୟାଣୀ ମଣ୍ଡପ ପରିସରରେ ସୋମବାର ଏକ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଏନ୍ଏସି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରୁ ଏନସିସି, ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ସହିତ ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରାରେ ଓଡ଼ଗାଁ ଗଣେଶ ବଜାର ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି କଲ୍ୟାଣୀ ମଣ୍ଡପ ଠାରେ ପହଞ୍ଚିଥିଲେ । ପରେ ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ଼ ଜିଲ୍ଲା ସଦର ଡିଏସପି ସୁକାନ୍ତ ପାତ୍ର, ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏବଂ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ସାଇବର ଅପରାଧ ପୃଷ୍ଠଭୂମି ଏବଂ ତା’ର ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ରଖିଥିଲେ ।ପରିଶେଷରେ ସାଇବର ସୁରକ୍ଷା ସଚେତନତା ଧର୍ମୀ ଏକ ନାଟକ ପରିବେଷଣ ହୋଇଥିଲା । ଏସ ଆଇ ଚକ୍ରଧର ସିଂଙ୍କ ସହିତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଏବଂ ରଞ୍ଜନ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.