ନୟାଗଡ଼ (ବିଶ୍ୱଜିତ ନୟା):- ନୟାଗଡ଼ ରୋଟାରୀ କ୍ଲବ ଓ ବ୍ରହ୍ମପୁର ଇଷ୍ଟ ମିଳିତ ଆନୁକୂଲ୍ୟରେ ବିଜୁ ମହାବୀର ଫୂଟ ସେଣ୍ଟର ସହଯୋଗ କ୍ରମେ ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ କୃତିମ ଅଙ୍ଗ ପ୍ରତିରୋପଣ, ଶ୍ରବଣ ବାଧିତ କର୍ଣ୍ଣଯନ୍ତ୍ର, ଦୃଷ୍ଟି ହୀନଙ୍କ ପାଇଁ ଆଶାବାଡ଼ି ଇତ୍ୟାଦି ବହୁବିଧ ସେବା କାଯ୍ୟ \”ସକ୍ଷମ\” କାଯ୍ୟକ୍ରମ ଉଦଘାଟିତ ହୋଇଯାଉଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ଏହି ସେବାପାଇଁ ଆଜି ପଞ୍ଜିକରଣ କରିଥିଲେ । ସେବା ଶିବିରର ପ୍ରଥମ ଦିନରେ ପନ୍ଦର ଜଣ ଦୃଷ୍ଟି ବାଧିତ ବ୍ୟକ୍ତି, ଶ୍ରବଣ ବାଧିତ ୯୭ ଜଣ ବ୍ୟକ୍ତି, ୨୮ ଜଣଙ୍କର କୃତିମ ଅଙ୍ଗ ପ୍ରତିରୋପଣ, ୧୮ ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା କ୍ଷ ଏହି କାର୍ୟ୍ୟକ୍ରମ ନଭେମ୍ବର ସାତ ତାରିଖ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକମାନେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ବସିରନ ବିବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଡା. ସମ୍ବିତ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ ତ୍ରିପାଠୀ, ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର, ରୋଟାରୀଆନ ଅଜୟ ଅଗ୍ରୱାଲ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ବ୍ରହ୍ମପୁର ଇଷ୍ଟ କ୍ଲବ ସଭାପତି, ରୋଟାରିଆନ ପ୍ରଦୀପ୍ତ ପଟ୍ଟନାୟକ ଏବଂ ରୋଟାରୀ ଜିଲ୍ଲାର ଭିନ୍ନକ୍ଷମ କାଯ୍ୟକ୍ରମ ଚେୟାରମ୍ୟାନ ରୋଟାରିଆନ ଅଜିତ ପୃଷ୍ଟି ଏହି କାଯ୍ୟକ୍ରମ ଯୋଗ ଦେଇଥିଲେ । ଏହି କାଯ୍ୟକ୍ରମଟି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ରୋଟାରୀଆନ ପ୍ରବୀର ପୃଷ୍ଟି ଓ ରୋଟାରିଆନ ପ୍ରଶନ୍ନ ବସନ୍ତିଆ କାଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କ୍ଲବ୍ ସଂପାଦକ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post