ବସମାଲିକ ଦମ୍ପତ୍ତି ଏକ ସଙ୍ଗରେ ରକ୍ତଦାନ କରି ଦେଲେ ସଚେତନତା ବାର୍ତ୍ତା । 

0

ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବସମାଲିକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗୀର (ନିରୋଜ ମିଶ୍ର)- ଆଜି ବଲାଙ୍ଗୀର ଜିଲ୍ଲା ବସ ମାଲିକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ଅବସରରେ  ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲ । ଏହି ଶିବିରରେ ମୁଖ୍ୟ ଅତିଥି ଅତିକ୍କକ୍ତ ଜିଲ୍ଲାପାଳ ଲକ୍ଷ୍ମିକାନ୍ତ ପ୍ୟାରେଲାଲ ପ୍ରଧାନ, ସମ୍ମାନିତ ଅତିଥିଭାବେ ସିଡିଏମଓ ଶଙ୍କର ପ୍ରସାଦ ମେହେରା ଓ ଆରଟିଓ ପ୍ରଣୟ କୁମାର ମିଶ୍ର ଯୋଗଦେଇଥିଲେ । ସଂଘର ସଭାପତି ହେମନ୍ତ କୁମାର ପଣ୍ଡା, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ସମ୍ପାଦକ ପ୍ରଶାନ୍ତ ଶତପଥି, ସହ ପଂଚାନନ ଆଚାର୍ଯ୍ୟ , କୋଷାଧ୍ୟକ୍ଷ ଶିବଶଙ୍କର ପଟେଲ ଏହି ଶିବିରକୁ ପରି·ଲା କରିଥିଲେ ।  ଏହି ଶିବିରରେ ସତ୍ୟପ୍ରକାଶ ପତିଦମ୍ପତି ସମେତ ୩୮ ଜଣ ରକ୍ତଦାନ କରିଥିଲେ । ସଡକ ସୁରକ୍ଷା ବିଷୟରେ ସଚେତନତା ପାଇଁଏକ ସଂକଳ୍ପ ପାଠ କରାଯାଇଥିଲା । ପ୍ରାୟ ୫୦ ଜଣ ବସ କର୍ମଚାରୀ ଚକ୍ଷୁ ପରିକ୍ଷା ମଧ୍ୟ କରିଥିଲେ । ରକ୍ତଭଣ୍ଡାର ପକ୍ଷରୁ ଡ. ପ୍ରଜ୍ଞାପରମିତା ନାୟକ, ତାପସ ରଂଜନ ସାହୁ, ସେଖ ଅସରଫ, ସୁଶିଲ ସୁନା, ଅକ୍ଷୟ ନାଗ ଓ ଚକ୍ଷୁ ବିଶେଷଜ୍ଞ ଉଷାରାଣି ପାଢ଼ୀ, କୌଲାସ ଚନ୍ଦ୍ର ସାମଲ ରକ୍ତଦାନ ଓ ଚକ୍ଷୁ ପରିକ୍ଷାରେ ସହଯୋଗ କରିଥିଲେ । ବଲାଙ୍ଗୀର ସହରର ମାନ୍ୟଗଣ ବ୍ୟକ୍ତି ଭବାନି ଶତପଥି, ନିଲମଣି ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ରାଜିବ ଲୋଚନ ଆଚାର୍ଯ୍ୟ, ବିନୋଦ କାଲସାଏ, ଗୋପ ଭୁଷଣ ନାଥ, ତ୍ରିପୁରା ପାଣିଗ୍ରାହି, କିଶୋର ମୋହନ ମିଶ୍ର ସହ ଘରୋଇ ବସ ମାଳିକ ସଂଘର କର୍ମକତ୍ତା ଓମପ୍ରକାଶ ଚାନ୍ଦ, ଦୁର୍ଗାଚରଣ ବେହେରା, ସୁଧିର ପରିଚ୍ଛା, ସୁମନ୍ତ ଭୋଇ, ଆଶୁତୋଷ ମିଶ୍ର, ଡମ୍ବୁର ଆଚାର୍ଯ୍ୟ , ହିମାଂଶୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.