ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୋଷ୍ଠୀ ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ଅଂଶଗ୍ରହଣ କରି ଶୈକ୍ଷିକ ଗୁଣୋନ୍ନତି ଓ ସରକାରୀ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।
ଜାରିଂ ସିଆରସିସି ରାଜେଶ୍ଵର ବେହେରାଙ୍କ ଆବାହକତ୍ବ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ କୁମାର ତନ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲା। ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକକୁ ଉଦଘାଟନ କରିଥିଲେ। ଏହି ସମୟରେ ସେ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା, ସମୟୋପଯୋଗୀ ଯୋଜନା ପ୍ରୟୋଗ ଓ ଶିକ୍ଷାଳୟରେ ଶିଶୁମନୋବିଜ୍ଞାନ ଆଧାରିତ ପାଠପଢ଼ା ନେଇ ଆହ୍ୱାନ ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଧାନ, ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ବିଶି, ସିଆରସିସି ଟିକେଶ୍ଵରୀ ସେଠ ଓ ଗୀତାଞ୍ଜଳି ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଗତ ମାସରେ ସଫଳତାର ସହିତ ଶିଶୁ ପ୍ରତିଭା ମହୋତ୍ସବ “ସୁରଭି – ୨୦୨୫” କୁ ସଂପାଦନ କରିଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଡାପାଲିକୁ ସୁରଭି ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୁଡାପାଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହି ସମ୍ମାନ ଦେଇ ଶିକ୍ଷା ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି।
ବୈଠକରେ ପୂର୍ଣ୍ଣିମା ସା ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ଉପରେ ବିସ୍ତୃତ ଆଲୋଚନା କରିଥିଲେ, ଗୀତାଞ୍ଜଳି ସାହୁ ଜିଲ୍ଲା ଭିତ୍ତିକ ଶୈକ୍ଷିକ ଯୋଜନା ସଂପର୍କରେ ଅଲୋକପାତ କରିଥିଲେ ଓ ଟିକେଶ୍ଵରୀ ସେଠ ସ୍ପଟ ଏସେସମେଣ୍ଟ ବିଷୟରେ ଶିକ୍ଷକମାନଙ୍କୁ ନିର୍ଦ୍ଦେଶନା ଦେଇଥିଲେ।
ଏହି ବୈଠକରେ ଦଶଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FLN) କାର୍ଯ୍ୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀଗଣ ସାମିଲ ହୋଇଥିଲେ।
ପ୍ରସ୍ତୁତ ବୈଠକକୁ ସଫଳ କରିବାରେ କୃଷ୍ଣଚନ୍ଦ୍ର ସାହୁ, କେଶବ ସେଠ, ସନ୍ତୋଷିନୀ ମହାକୁର ଓ ବୃନ୍ଦାବତୀ ନାଏକ ଅଗ୍ରଣୀ ଭୂମିକା ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷୟିତ୍ରୀ ସବିତା ଭୋଇ ଧନ୍ୟବାଦ ଜଣାଇ ସମାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post