ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଉଦଘାଟିତ

4

 

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ୍ ପଡ଼ିଆରେ ୨୨ ତମ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଉଦଘାତିତ୍ ହୋଇଯାଇଛି। ଆୟୋଜିତ ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିଥି ଭାବେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବୋଇତ ବନ୍ଦାଣ ପରମ୍ପରା ଉପରେ ବକ୍ତବ୍ୟ ରଖିବା ସହ ଓଡ଼ିଆ ପୁଅମାନେ ଅନ୍ୟ ରାଜ୍ୟ ଓ ଦେଶକୁ ବ୍ୟବସାୟ କରି ଯିବା କଥା କହିଥିଲେ। ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପାଇଁ ଆମେ ଗର୍ବିତ ବୋଲି କହିଥିଲେ। ପୌର ପରିଷଦ ଅଧ୍ୟକ୍ଷ ବୋଇତ ବନ୍ଦାଣ ପରମ୍ପରା ସମ୍ପର୍କରେ ଆଲୋକପାତ କରିବା ସହ ନୟାଗଡ ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ। ଦୀର୍ଘଦିନ ଧରି ପୁରୁଣା ସହର ବାସି ଏହି କାର୍ଯ୍ୟକ୍ରମକୁ ପରମ୍ପରାରେ ପରିଣତ କରିଥିବା ପୂର୍ବତନ ବିଧାୟକ କହିଥିଲେ। ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୋଟି ପୁଅ ନୃତ୍ୟ ଓ କଣ୍ଠଶିଳ୍ପୀ ଶର୍ମିଷ୍ଠା ସରକାର ଦ୍ବାରା ମେଲୋଡି କାର୍ଯ୍ୟକ୍ରମକୁ ଦର୍ଶକ ଉପଦ୍ଭୋଗ କରିଥିଲେ। ବୋଇତ ବନ୍ଦାଣ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଦୋଳି, ଟ୍ରେନ ବ୍ୟବସ୍ଥା ହୋଇଛି। ଅନେକ ଘର ଉପକରଣ ଦ୍ରବ୍ୟ, ଖାଦ୍ୟ ଷ୍ଟଲ ଖୋଲିଛି। ଆଜି ପ୍ରଥମ ସଂଧ୍ୟା ବେଶ୍ ଗହଳି ହୋଇଥିବା ଦେଖା ଯାଇଛି। ବୋଇତ ବନ୍ଦାଣ ଯାତ୍ରା ଉତ୍ସବ କମିଟି ସଭାପତି କିଶାନ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଯୋଜକ ଦାଶରଥି ସାହୁ, ଶ୍ରୀକାନ୍ତ ଖଟେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୁଣା ସହର ଯୁବ ଗୋଷ୍ଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.