ଓଡ଼ଗାଁ,୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୋରପିଠା ପଞ୍ଚାୟତ କୋରପିଠା ଗାଁର ଜଣେ ଗୃହ ମାଲିକ ବିନା ଅନୁମତିରେ ବାଡ଼ିରୁ ଗଛ କାଟିବା ଅଭିଯୋଗ ପାଇ ଘଟଣା ସ୍ଥଳରେ ବନାଞ୍ଚଳ କର୍ମଚାରୀ ପହଞ୍ଚି କଠକଟାରେ ବ୍ୟବହୃତ କରତକୁ ଜବତ୍ କରି କାର୍ଯ୍ୟାଳୟକୁ ଆଣିଛନ୍ତି । ଏବଂ ଘଟଣା ସ୍ଥଳରେ ଅନୁପସ୍ଥିତ ଗୃହ କର୍ତ୍ତା ଙ୍କୁ କାର୍ଯ୍ୟାଳୟରେ ପହଞ୍ଚିବାକୁ କହିଥିଲେ । ସୂଚନା ଅନୁସାରେ କୋରପିଠା ଗ୍ରାମରେ ଜଣେ ଗୃହ କର୍ତ୍ତା ବନାଞ୍ଚଳ କାର୍ଯ୍ୟାଳୟରୁ କୌଣସି ଅନୁମତି ନନେଇ ଉକ୍ତ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ କରିବା ପାଇଁ ନିଜ ବାଡ଼ିରେ ଥିବା କିଛି ଛୋଟ ଶାଗୁଆନ ଗଛ କଟାଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶରେ ସାକେରି ବିଟର ଫରେଷ୍ଟ ଗାର୍ଡ ଏବଂ କର୍ମଚାରୀ ମିଳିତ ଭାବେ ଘଟଣା ସ୍ଥଳରେ ପହଁଚି ଥିଲେ । ଏବଂ ଗଛ କାଟିବାକୁ ସେଠାରେ ବ୍ୟବହୃତ କରତକୁ ଜବତ୍ କରିବା ସହିତ କାଠ ଗୁଡ଼ିକୁ ସ୍ଥାନାନ୍ତର ନକରିବା ନିମନ୍ତେ କହିବା ସହିତ ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିବା ପାଇଁ ଗୃହ କର୍ତ୍ତା ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚିବାକୁ ଜଣାଇଥିଲେ ।