ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଳ୍ପ ବିଶ୍ଵ ମିତବ୍ୟୟତା ଦିବସ ପାଳନ ଅବସରରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଫାଲଗୁନୀ ମାଝୀ , ଶ୍ରୀ ପୃଥ୍ଵୀରାଜ ମଣ୍ଡଳ , ଶ୍ରୀମତୀ ତ୍ରିବେଣୀ ଦେବୀ , ସହକାରୀ ଜିଲ୍ଲାପାଳ , ଶ୍ରୀ ପ୍ରଶାନ୍ତ ଭୂପତି , ଆଦର୍ଶ ଥାନ ଅଧିକାରୀ ପାରଳାଖେମୁଣ୍ଡି , ଅତିରିକ୍ତ ପୋଷ୍ଟଲ ଅଧିକାରିଣୀ ଶ୍ରୀମତୀ ଆରତୀ ତରାଇ , ଶ୍ରୀ ସ୍ବରାଜ କୁମାର କାଉଁରୀ , ଇଣ୍ଡିଆ ପୋଷ୍ଟ ବ୍ୟାଙ୍କ , ଶ୍ରୀ ମନୁ ମଲ୍ଲିକାଅର୍ଜୁନ କୋଡ଼ିନେଟର ଯୋଗଦେଇ ମିତବ୍ୟୟୀ ହେବା ସଞ୍ଚୟକୁ ଅଭ୍ୟାସରେ ପରିଣତ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଆଜିର ଦିନରେ ଆବଶ୍ୟକ ରହିଛି ।
ଏହି ସ୍ଵଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସଙ୍ଗେସଙ୍ଗେ ନିଜର ନିହାତି ଜରୁରୀ ଆବଶ୍ୟକତା ସମୟରେ ସ୍ଵଳ୍ପ ସଞ୍ଚୟ ଅର୍ଥକୁ ବିନିଯୋଗ କରିପାରିବ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ। ଏହା ଦ୍ବାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୈତିକ ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ।
ସ୍ଵଳ୍ପ ସଞ୍ଚୟ ବେଳେ ନିଜର କଷ୍ଟ ଉପାର୍ଜିତ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ବରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ୍। ତେବେ ଯାଇ ଠକାମିରୁ ବଞ୍ଚିତ ହୋଇପାରିବେ ,ଏଣୁ ନିର୍ଭରଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଆଶ୍ବସ୍ତି ମିଳିବ। ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି। ନଚେତ୍ ନିଜର କଷ୍ଟ ଉପାର୍ଜିତ ଧନ ବାଟମାରଣା ହେବାର ଅନେକ ସମ୍ଭାବନା ରହିଛି। ଆଜିର ଦିନରେ ଅତ୍ୟଧିକ ଲୋଭ ର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ। ଏଣୁ ଜମାରାଶି ଜମା କରିବା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ସମସ୍ତ ଅତିଥି ଗଣ ଅବଗତ କରାଇଥିଲେ।
ସେହିପରି ଡିଜିଟାଲ ସେବା ଉପରେ ସତର୍କତା ମୂଳକ ସହିତ ଜମା କରିବାକୁ ସଚେତନତା କରାଇଥିଲେ। ସେହିପରି ପ୍ରଚଳିତ ସ୍ଵଳ୍ପ ସଞ୍ଚୟ ଯୋଜନା ଡାକଘର ସଞ୍ଚୟ ଖାତା ଡାକଘର ପୌନପୁନିକ ଜମା , ଡାକଘର ମିଆଦି ଜମା , ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ , ଡାକଘର ମାସିକ ଆୟୋ ଯୋଜନା , ଜାତୀୟ ସଞ୍ଚୟ ସାର୍ଟିଫିକେଟ ଅଷ୍ଟମ ଇସ୍ୟୁ , ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା , କିଷାନ ବିକାଶ ପାତ୍ର ସୁକନ୍ୟା ସମୃଦ୍ଧି ଯୋଜନା , ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ ଭଳି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା।
ଏହି ଅବସରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.