ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅଧୀନ ବୁଢ଼ାବାହାଲ ପଞ୍ଚାୟତ ସମିତିସଭ୍ୟ ମଦନ ନାଗଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ନେଇ ଆଦିବାସୀ–ଦଳିତ ସଂଘ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ମିଳିତ ଭାବେ ଆଜି ସଇନ୍ତଳା ଥାନା ଘେରାଉ କରିଥିଲେ । ଗତ ୬ ତାରିଖରେ ମଦନ ନାଗ ସଇନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ୨୫ ଦିନ ବିତିଗଲା ସତ୍ୱେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ବିନେଶ ଗହୀରଙ୍କୁ ପୁଲିସ ଗିରଫ କରି ନଥିଲା।
ଯାହା ଫଳରେ ଆଜି ଶତାଧିକ ଆଦିବାସୀ ଡାକବଙ୍ଗଳା ପଡିଆରେ ଏକତ୍ରିତ ହୋଇ ପାରମ୍ପରିକ ବାଜା ଓ ଅସ୍ତ୍ର-ଶସ୍ତ୍ର ସହ ଶୋଭାଯାତ୍ରା କରିଥିଲେ। ଏବଂ ସହର ପରୀକ୍ରମା କରି ଥାନା ସମ୍ମୁଖରେ ଆସି ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଥିଲେ। ପରେ ଟିଟିଲାଗଡ଼ ଏସ.ଡି.ପି.ଓ. ଯଶୋବନ୍ତ ପଧାନୀ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା।
ଘଟଣାସ୍ଥଳରେ ଆଦିବାସୀ ଦଳିତ ସଭାପତି ପ୍ରେମ ଭୋଇ, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ବଳଦେବ କୁମ୍ଭାର, ଆଦିବାସୀ କଲ୍ୟାଣ ସଇନ୍ତଳା ସଭାପତି ସନ୍ତୋଷ ପୁଟା, ଉପାଧ୍ୟାକ୍ଷ ଗୁଣସାଗର ମାଝୀ, ଆଇନଜୀବୀ ଦିନେଶ ନାଗ ଓ ଦେବେନ୍ଦ୍ର ଭୋଇ ସହ ଶତାଧିକ ଆଦିବାସୀ ଓ ଦଳିତ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସଇନ୍ତଳା ସମିତିସଭ୍ୟ ସଂଘ ଓ ଆଦିବାସୀ–ଦଳିତ ସଂଘ ଗିରଫ ଦାବୀ ଉଠାଇ ଥାନା ଅଧିକାରୀଙ୍କୁ ସଚେତନ କରିଥିଲେ ଯେ ଅଭିଯୁକ୍ତକୁ ଗିରଫ ନ କଲେ ଥାନା ଘେରାଉ ହେବ ।
Sign in
Sign in
Recover your password.
A password will be e-mailed to you.