ସ୍ୱର୍ଗୀୟ ଜ୍ୟୋତି ପ୍ରସାଦ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ କେଣ୍ଡେଲ ଶୋଭାଯାତ୍ରା

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପେଲସ ସମ୍ମୁଖ ରେ ବିଜ୍ଞାନ ଶିକ୍ଷକ ସ୍ୱର୍ଗୀୟ ଜ୍ୟୋତି ପ୍ରସାଦ ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ସ୍ୱର୍ଗୀୟ ପାତ୍ର ଜଣେ ଉତ୍ତମ ଶିକ୍ଷକ ହୋଇଥିବା ବେଳେ ସେ ବହୁ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ଗଢ଼ିଛନ୍ତି। ସେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଭୁସକୁଡି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରେ କର୍ଯ୍ୟରତ ଥିଲେ।
ସେ ଚଳିତ ମାସ ୨୬ ତାରିଖରେ ବହୁ କମ୍ ବୟସରେ ଇହ ଲୀଳା ତ୍ୟାଗ କରିଛନ୍ତି। ଯାହାକୁ ନେଇ ତାଙ୍କ ବିଦ୍ୟାର୍ଥୀ ମାନେ ସ୍ୱର୍ଗୀୟ ପାତ୍ରଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପରେ ମହାରାଜାଙ୍କ ପେଲସ ସମ୍ମୁଖରୁ ଶତାଧିକ ବିଦ୍ୟାର୍ଥୀ ମାନେ ଏକ କେଣ୍ଡେଲ ରାଲି ବାହାର କରି ନଗର ପରିକ୍ରମା ପୂର୍ବକ ସ୍ୱର୍ଗୀୟ ପାତ୍ରଙ୍କ ପ୍ରତି ନିଜର ଆନ୍ତରିକ ଭାବନା ପ୍ରକଟ କରିଥିଲେ।

Leave A Reply

Your email address will not be published.