ରାଷ୍ଟ୍ରୀୟ ଏକତା ଦିବସ ପାଳିତ

4

ଜଗତସିଂହପୁର,ତା-୩୧.୧୦.୨୦୨୫/ସୁମନ୍ତକୁମାରଦାସ: ଭାରତର ସ୍ୱାଧୀନତା ସଂଗ୍ରାମକୁ ତେଜଦୀପ୍ତ କରିଥିବା ମହାମନୀଷଙ୍କ ମଧ୍ୟରେ ସର୍ଦାର ବଲ୍ଲବ ଭାଇ ପଟେଲ ଥିଲେ ଅନ୍ୟତମ I ଅଖଣ୍ଡ ଭାରତ ଗଠନ ପ୍ରକ୍ରିୟାରେ ସେ ଥିଲେ ପ୍ରମୁଖ ବିନ୍ଧାଣି I ନିଷ୍ଠା ଓ କର୍ମ ଦକ୍ଷତା ସହ ଦୃଢ଼ ଇଛା ଶକ୍ତି ଥିଲା ବୋଲି ଲୋକେ ତାଙ୍କୁ କହୁଥିଲେ ଲୌହ ମାନବ I ଆଜି ଜଗତସିଂହପୁର ସାରସ୍ୱତ ପରିଷଦ ଓ ପ୍ରଫୁଲ ପାଠାଗାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସର୍ଦାର ବଲ୍ଲବ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଯୋଗଦେଇ ଅତିଥି ମାନେ ଏହି ମତ ଦେଇଛନ୍ତି I ପ୍ରଫୁଲ ପାଠାଗାରର ସଭାପତି ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାରସ୍ୱତ ପରିଷଦର ଅଧ୍ୟକ୍ଷ ହିମାଂଶୁ ଶେଖର ଆଚାର୍ଯ୍ୟ, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ଶିକ୍ଷାବିତ ସତ୍ୟବାଦୀ ଦାସ, ସୃତକିର୍ତ୍ତୀ ମିଶ୍ର, ପ୍ରତାପ କୁମାର ରାଉତରାୟ, ସତ୍ୟବାଦୀ ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଭାରତର 565 ଟି ବିକ୍ଷିପ୍ତ ଗଡ଼ଜାତ ରାଜ୍ୟକୁ ଭାରତ ସହିତ ମିଶାଇ ସେ ଯେଉଁ ପଦକ୍ଷେପ ନେଇଥିଲେ ତାହା ତାଙ୍କ ଅସାଧାରଣ ଓ ବିରଳ ବ୍ୟକ୍ତିତ୍ୱର ପରିଚାୟକ ଅଟେ I ଏଥି ସହିତ ସେ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନ ମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀ, ଜାତୀୟ କଂଗ୍ରେସର ସଭାପତି ପଦ ଅଳଙ୍କୃତ କରିଥିବାରୁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା I ସେହିପରି ତାଙ୍କ ସ୍ମୃତିକୁ ସାଇତି ରଖିବାପାଇଁ ଭାରତ ସରକାର 2014 ମସିହାରୁ ତାଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରୁଛନ୍ତି I ଶେଷରେ ଅଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.