ଜଗତସିଂହପୁର,ତା-୩୧.୧୦.୨୦୨୫/ସୁମନ୍ତକୁମାରଦାସ: ଜଗତସିଂପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ତା ୩୧.୧୦.୨୦୨୫ ରିଖ ଦିନ ଏକ ଦିବସିଆ ଜିଲ୍ଲାସ୍ତରୀୟ କୃଷକ ଉତ୍ପାଦକ ସଂଗଠନର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୬ଟି କୃଷକ ଉତ୍ପାଦକ ସଂଗଠନର ୨୫ଜଣ ମୁଖ୍ୟ ଅଧିକାରୀ, ନିର୍ଦ୍ଦେଶକ ଓ ସଦସ୍ୟମାନେ ଯୋଗଦାନ କରିଥିଲେ। ଏଥିରେ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ ଜୀବନଜିତ୍ ସେନ୍ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଜଗତସିହପୁରରେ FPO ମାନଙ୍କର ବିକାଶ, ଭୂମିକା, ଅବସ୍ଥା, ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଆଲୋକପାତ କରିଥିଲେ।
ଏହି ତାଲିମ ଶିବିରରେ ବଜାର ସଂଯୋଗ ସମେତ କୃଷି ବିକାଶର ବିଭିନ୍ନ ଦିଗକୁ ତଥା ଛତୁ ଚାଷ, ମହୁ ଚାଷ, ମାଛ ଚାଷ, କୁକୁଡ଼ା ପାଳନ ଏବଂ ଗୋପାଳନ ସମ୍ବନ୍ଧରେ ଶ୍ରୀମତୀ ସସ୍ମିତା ପୁରୋହିତ ଓ ଡ଼ ତପନ କୁମାର ପଲେଇ ଆଲୋଚନା କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗର କଲ୍ୟାଣ ରଞ୍ଜନ ମାଝୀ ମୃତ୍ତିକା କ୍ଷୟ ନିୟନ୍ତ୍ରଣ, ଜମି ବିକାଶ, ମୃତ୍ତିକା ଓ ଜଳ ସଂରକ୍ଷଣ ସମ୍ପର୍କିତ ଯୋଜନା ମାନଙ୍କ ଉପରେ ଜ୍ଞାନ ପ୍ରଦାନ କରିଥିଲେ । ଏତତ୍ ବ୍ୟତୀତ ପାଲାଡିୟମ୍ ସଂସ୍ଥାର , ଶ୍ରୀଯୁକ୍ତ ସାର୍ଥକ ଦର୍ଶନ ଅନଲାଇନରେ ସଂଯୋଗ ହୋଇ ଓଡ଼ିଶାରେ FPO ମାନଙ୍କର ବଜାର ସମ୍ପକୀୟ ବିଷୟରେ ଆଲୋଚନା କରିଥିଲେ, ଯାହା ଫଳରେ FPO ଗୁଡ଼ିକ ଆନ୍ତର୍ଜାତୀୟ ମାର୍କେଟରେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିବେ। ଜଗତସିଂହପୁର ଜିଲ୍ଲାରେ ଗଠିତ ହୋଇଥିବା FPO ଗୁଡ଼ିକର କୃଷକ ମାନେ କେବଳ ଚାଷୀ ନୁହେଁ ବରଂ ଉଦ୍ୟମୀ ଭାବେ ଉନ୍ନତି କରୁଛନ୍ତି। ସରକାରୀ ସାହାଯ୍ୟ, ନିଜ ପ୍ରଚେଷ୍ଟା ମାଧ୍ୟମରେ ଏମାନେ ଭବିଷ୍ୟତ ଦିନରେ ଏହି ଅଞ୍ଚଳର ଆର୍ଥିକ ଉନ୍ନତିରେ ଏକ ଗୁରୁତ୍ତ୍ୱପୂର୍ଣ ସଫଳତା ହାସଲ କରିବେ । ସର୍ବଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଗୋଟିଏ ଲେଖାଏଁ ମୋହିତ୍ ନଗର କିସମର ଗୁଆ ଗଛର ଚାରା ଓ କୃଷକ ସାଥୀ ପୁସ୍ତକ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମିର୍ ପଟ୍ଟନାୟକ, ରାଜଶ୍ରୀ ସିଂ, ଉର୍ବଶୀ ନାୟକ ଓ ବଳିଆ ମାଝୀ ଉପସ୍ଥିତ ରହି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post