ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଧରାକୋଟ ଥାନା ତରଫରୁ ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେବା ସହିତ ଏକତା ପାଇଁ ଏକ ଗଣ ଦୌଡ଼ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଭଞ୍ଜନଗର-ବ୍ରହ୍ମପୁର ମୁଖ୍ୟ ସଡ଼କରେ ଖଇରପୁଟି ହନୁମାନ ମନ୍ଦିର ଠାରୁ ଇନ୍ଦନପୁର ପର୍ଯ୍ୟନ୍ତ ଅନୁଷ୍ଠିତ ଗଣଦୌଡ଼ରେ ଦୁଇ ଶହରୁ ଅଧିକ ସଚେତନ ନାଗରିକ,ଯୁବକ,ଛାତ୍ର,ସମାଜସେବୀ, ପୋଲିସ୍ କର୍ମଚାରୀ ସ୍ଵତଃ ପ୍ରବୃତ୍ତ ଭାବରେ ଭାଗ ନେଇଥିଲେ। ଏହି ଅବସରରେ ସମସ୍ତେ ଏକତା ଏବଂ ଆତ୍ମ ନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା, ସୁସ୍ଥ ଓ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା,ସ୍ୱଦେଶୀ ଚିନ୍ତାଧାରାକୁ ଅପଣେଇବା,ଦେଶର ଏକତା,ସାର୍ବଭଉମତ୍ଵ ଓ ଅଖଣ୍ଡତା
କୁ ବଜାୟ ରଖିବା ପାଇଁ ଶପଥ ପାଠ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ, ଅଜୟ କୁମାର ମଲ୍ଲିକ୍,ଏଏସ୍ଆଇ ବି ୱାଇ ନାଇଡ଼ୁ,ସୁଷମା ବେହେରା,ହାବିଲଦାର ଆପ୍ପାୟା ପ୍ରଧାନ, ସରୋଜ ରଣ ସିଂ, ବରିଷ୍ଠ ଆଇନୀଜୀବୀ ସୀମାଞ୍ଚଳ ପୃଷ୍ଟି, ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post