ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ମୋ ସ୍ଵପ୍ନର ଓଡ଼ିଶା ପ୍ରତିଯୋଗିତା

4

 ବର୍ତ୍ତମାନର ଛାତ୍ର ପିଢ଼ି ସମୃଦ୍ଧ ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ : ତହସିଲଦାର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଏବଂ ମୋ ସ୍ଵପ୍ନର ଓଡ଼ିଶା-୨୦୩୬ ସମ୍ପର୍କିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ବେଲଗୁଣ୍ଠା ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ଛାତ୍ର ପିଢ଼ି ସମୃଦ୍ଧ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା କୁମାରୀ ରଥ,ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଶିକ୍ଷୟିତ୍ରୀ ସ୍ମିତା ନାୟକ ମଞ୍ଚ ପରିଚାଳନା କରିଥିଲେ Iଏହି ଅବସରରେ ବ୍ଲକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୋ ସ୍ଵପ୍ନର ଓଡ଼ିଶା-୨୦୩୬ ଶୀର୍ଷକରେ ପ୍ରବନ୍ଧ, ବିତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ସାଧାରଣ ଜ୍ଞାନ,ଶ୍ରୁତଲିଖନ, ସଙ୍ଗୀତ,ଚିତ୍ରକଳା ଓ ଶିଳ୍ପକଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତl ଅନୁଷ୍ଠିତ ହୋଇଥିଲା I ଉଦଯାପନୀ ଉତ୍ସବରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଯୋଗ ଦେଇ ଶିଶୁ ପ୍ରତିଭାର ବିକାଶ ନିମନ୍ତେ ସୁରଭି ଏକ ଗୁରୁତ୍ବ ଭୁମିକା ଗ୍ରହଣ କରିଥିବା ବେଳେ ସୁରଭିରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଜଣେ ଜଣେ ବିଜେତା ବୋଲି ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ଓଏଭି ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ଯୋଗ ଦେଇଥିଲେ I ଏହି ଅବସରରେ ଶିକ୍ଷକ ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ଉପସଭାପତି ଶଲ୍ୟ ସିଅ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ, ସଂଗଠନ ସମ୍ପାଦକ ଆକୁଳ ସାହୁ, ମନୋଜ ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ,ସନିତ କୁମାର ଜେନା, ସିଆରସିସି ସୁଧୀର କୁମାର ତ୍ରିପାଠି , ସୁକାନ୍ତ ନାୟକ,କାଳୁ ଚରଣ ଗୌଡ଼, ହରେକୃଷ୍ଣ ଶତପଥି, ଜିତେନ୍ଦ୍ର ସାହୁ ,ଅନନ୍ତ ସେଠୀ,ରଞ୍ଜିତ୍ ସାହୁ, ରମେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ବେଣୀପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ବେଳେ କ୍ଷତ୍ରିୟବରପୁର ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପବିଜେତା ହୋଇଥିଲେ I ଏହି ଅବସରରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବାରଟା ପ୍ରାଥମିକ ବିଦ୍ୟାଳୟରୁ ଅବସରଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବିଷୋୟୀଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା I

Leave A Reply

Your email address will not be published.