ମା ସନାଦେଇ ଫୁଟବାଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

4

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୧୦/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଖେଳ ପଡିଆ ରେ ଆନ୍ତଃ ବ୍ଲକ ମା ସନାଦେଇ ଫୁଟବାଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୧୬ ଟି ଦଳ କୁ ନେଇ ଅନୁଷ୍ଠିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଉଦଘାଟନ ଦିବସରେ ମେଣ୍ଡରା ଓ ଏକମ୍ବା ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ମେଣ୍ଡରା ଦଳ ୩/୧ ଗୋଲ ବ୍ୟବଧାନରେ ଏକାମ୍ବା ଦଳ କୁ ପରାଜିତ କରିଥିଲା।ସେହିପରି ଦ୍ବିତୀୟ ମ୍ୟାଚ୍ ରେ ସିନ୍ଧିଗାଁ ଦଳ ଡାବୁଗାଁ ଦଳ ମଧ୍ୟରେ ହୋଇଥିବା ସଂଘର୍ଶପୂର୍ଣ୍ଣ ମ୍ୟାଚ୍ ରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ । ଶେଷରେ ପେନାଲ୍ଟି ଶୁଟ ଆଉଟ୍ ରେ ସିନ୍ଧିଗାଁ ଦଳ ଡାବୁଗାଁ ଦଳ କୁ ୫/୪ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲେ। ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ଜୋନ ୨ ଗୁପ୍ତ ବିଶୋଇ, ଡାବୁଗାଁ ସରପଞ୍ଚ ବିନୋଦ ଶୌରା, ବ୍ଲକ ଉପାଧକ୍ଷା ସଦାନନ୍ଦ ନାୟକ, ପି ସୁବୁଦ୍ଧି ରାଓ ପ୍ରମୁଖ ଯୋଗ ଦେଇଥିଲେ।ଆସନ୍ତା ନଭେମ୍ବର ୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ଦଳକୁ ୧୫ ହଜାର ଟ୍ରଫି ଓ ପରାଜିତ ଦଳ କୁ ୧୦ ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି। ଚିକିଲି ମା ସନାଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ର ତୁଳାରାମ ପୂଜାରୀ, ମଙ୍ଗରାଜ ମାଝୀ, ସନା ସିଂ ଗଣ୍ଡ , ଭଦର ମାଝୀ,ସଦାଶିବ ପୂଜାରୀ,ବଳରାମ ପୂଜାରୀ,ଧନୀରାମ,ଧନୁର୍ଜୟ,ସନାଧର,କର୍ମା ଓ ବଳରାମ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ମ୍ୟାଚ ଦେଖିବାକୁ ଆଖପାଖ ଅଞ୍ଚଳରୁ ଶତାଧିକ ଫୁଟବଲ ପ୍ରେମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.