ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୧୦/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଦୁଇ ଦିନିଆ ଏକଲ ବିଦ୍ୟାଳୟ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି। ସଞ୍ଚ ସଂଚାଳକ ଭଗବାନ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ଡାବୁଗାଁ ସଞ୍ଚର ୩୦ ଟି ଏକଲ ବିଦ୍ୟାଳୟ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ରାଷ୍ଟ୍ର କାର୍ଯ୍ୟ,ଆଧ୍ୟାତ୍ମିକ,ସଂସ୍କାର ଜ୍ଞାନ,ଶାରୀରିକ ଓ ବିଦ୍ୟାଳୟ ସ୍ତରରେ ଉନ୍ନତି ନେଇ ପ୍ରଶିକ୍ଷଣ ନେଇଥିଲେ। ଏହି ଦୁଇ ଦିନିଆ ବର୍ଗ ବୈଠକ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅଞ୍ଚଳ ଅଭିଯାନ ପ୍ରମୁଖ ରୁପଧର ଶାନ୍ତା ଯୋଗ ଦେଇ ଶିକ୍ଷା ଉପରେ ବିଭିନ୍ନ ମାର୍ଗ ଦର୍ଶନ ଦେଇଥିଲେ। ଚଳିତ ଶିକ୍ଷା ବର୍ଷରୁ କିପରି ଶିକ୍ଷାଦାନ ସୁଚାରୁ ରୂପେ ହେବ ସେ ନେଇ ବିସ୍ତୃତ ଭାବେ କହିଥିଲେ। ସଂଚ ପ୍ରମୁଖ ପିତମ ଭତରା ଦୁଇ ଦିନିଆ ଅଭ୍ୟାସ ବର୍ଗ ପରିଚାଳନା କରିଥିବା ବେଳେ ଜୟ ଶ୍ରୀ ରାମ ଧ୍ଵନି ପରେ ଅଭ୍ୟାସ ବର୍ଗ ସମାପ୍ତି ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post