ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୧୦/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ବଡ ଓଲମା – ଜବାଗୁଡା ଗ୍ରାମ ମଧ୍ୟରେ ଏକ କିୟୋସ୍କ ବ୍ୟାଙ୍କ୍ କର୍ମଚାରୀ ବଡ ଧରଣର ଲୁଟ ର ଶିକାର ହୋଇଛନ୍ତି। ତିନି ଜଣ ଅଜଣା ବ୍ୟେକ୍ତି ଲଙ୍କା ଗୁଣ୍ଡ ଭର୍ତ୍ତି ପାଣି ବୋତଲ ରେ ଆଖି ରେ ପାଣି ପକାଇ ଟଙ୍କା ଓ ତିନୋଟି ଲାପଟପ୍ ଲୁଟ କରିଛନ୍ତି। ଲୁଟ ର ଶିକାର କିୟୋସ୍କ ବ୍ୟାଙ୍କ କର୍ମଚାରୀ ହେଲେ ବଡ ଓଲମା ଗ୍ରାମ ର ବସନ୍ତ ବିଶୋଇ (୩୩) । ଏ ନେଇ ବସନ୍ତ ବିଶୋଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ବଡ ଓଲମା ଗ୍ରାମ ର ବସନ୍ତ ବିଶୋଇ ନିକଟ ଜବାଗୁଡା ଗ୍ରାମ ରେ କିଛି ବର୍ଷ ହେଲା ଏକ କିୟୋସ୍କ ବ୍ୟାଙ୍କ କରି ଲୋକଙ୍କୁ ବ୍ୟାଙ୍କ ସୁବିଧା ଦେଇ ଆସୁଥିଲେ। ପ୍ରତିଦିନ ପରି ଆଜି ଦିନ ୧୦ ଘଣ୍ଟ ସମୟରେ ବସନ୍ତ ବିଶୋଇ ନିଜ ବାଇକ ରେ ଏକ ବ୍ୟାଗ ରେ ତିନୋଟି ଲାପଟପ , ୧ ଲକ୍ଷ ୧୮ ହଜାର ନଗଦ ଟଙ୍କା , ଫିଙ୍ଗର ପ୍ରିଣ୍ଟ, ଦୁଇଟି ଡିଭାଇସ୍, ବ୍ୟାଙ୍କ୍ ଚେକ୍ ବହି, ତଥା ପାସ ବହି ଧରି ଜବାଗୁଡା ଅଭିମୁଖେ ବାହାରିଥିଲେ । ତେବେ ବଡ ଓଲମା – ଜବାଗୁଡା ମଧ୍ୟ ଛେରାଗୁଡ଼ା ନିକଟ ଏକ କାଜୁ ବଗିଚା ପାଖରେ ପୂର୍ବରୁ ଛକି ରହିଥିବା ତିନି ଜଣ ଅଜଣା ଦୃର୍ବୁତ୍ତ ମାନେ ବସନ୍ତ ର ବାଇକ୍ ସମ୍ମୁଖରେ ଆସି ଏକ ଲଙ୍କାଗୁଣ୍ଡ ମିଶା ପାଣି ଭର୍ତ୍ତି ବୋତଲ ରେ ଆଖି କୁ ଲକ୍ଷ୍ୟ କରି ପକାଇ ଥିଲେ।ହାତରେ ମାରଣାସ୍ତ୍ର ଧରି ଆଖିରେ ଲଙ୍କା ଗୁଣ୍ଡ ମିଶା ପାଣି ପଡ଼ିବା ପରେ ବସନ୍ତ ଭୟରେ ବାଇକ୍ ଛାଡ଼ି ପ୍ରାଣ ବିକଳରେ ଦୌଡି ଥିଲେ। ତେବେ ଦୃର୍ବୁତ୍ତ ମାନେ ବସନ୍ତ ର ବ୍ୟାଗ ଛଡାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ। ବଡ ଓଲମା ରୁ ଜବାଗୁଡା ଏକ ମୁଖ୍ୟ ରାସ୍ତା ହୋଇଥିଲେ ସୁଦ୍ଧା ଦୃର୍ବୁତ୍ତ ମାନେ ଅଳ୍ପ ସମୟ ମଧ୍ୟରେ ଟଙ୍କା ଓ ଲାପଟପ୍ ଲୁଟ କରି ଚାଲି ଯାଇଥିଲେ। ଏ ନେଇ ବସନ୍ତ ଡାବୁଗାଁ ପୁଲିସ ରେ ଏତଲା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post