କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ସଚେତନତା ଦୁର୍ନୀତି ନିବାରଣ ସଚେତନନା ସପ୍ତାହ (୨୭ ଅକ୍ଟୋବର -୨ ନଭେମ୍ବର) ପାଳନ ଅବସରରେ ସାଧୁତା ଶପଥ ପାଠ କରାଯାଇଛି | ଆଜି ଦିବା ୧୨ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଅଧିକାରୀ /କର୍ମଚାରୀଙ୍କୁ ଓସ୍ୱାନ ପ୍ଲାଟଫର୍ମରେ ସାଧୁତାର ଶପଥ ପାଠ କରିଛନ୍ତି |ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଅସ୍ୱାନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଭିଜିଲାନ୍ସ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମୀଚାରୀ ମାନେ ଉପସ୍ଥିତ ରହି ସାଧୁତାର ଶପଥ ପାଠ କରିଥିଲେ । ପରେ ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କାର୍ଯ୍ୟାଳୟର ସମସ୍ତ କର୍ମୀଚାରୀଙ୍କୁ ସାଧୁତାର ଶପଥ ପାଠ କରିଥିଲେ ।ଏହା ସହିତ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଭିଜିଲାନ୍ସ ବିଭାଗ ତରଫରୁ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | କୃତି ପ୍ରତିଯୋଗୀଙ୍କୁ ଆସନ୍ତା ୧ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ |
Sign in
Sign in
Recover your password.
A password will be e-mailed to you.