ମୁଣ୍ଡ ରହିଲେ ସିନା ବାଲର ଷ୍ଟାଇଲ ଦେଖାଇବ !!!!!!

0

ସଚେତନତା ସୃଷ୍ଟିକରୁଥିବା ବାରିପଦା ପୋଲିସ୍କୁ ଯୁବକର  ଉଦ୍ଭଟ ଉତ୍ତର : ହେଲମେଟ ପିନ୍ଧିବା ଫଳରେ  ମୁଣ୍ଡର ଷ୍ଟାଇଲିଶ କେଶକୁ ଅନ୍ୟମାନେ ଦେଖି ପାରିବେ ନାହିଁ 

ବାରିପଦା(ଦିଲ୍ଲୀପ ମହାନ୍ତି )– ଫେବୃଆରୀ ୪ରୁ ୧୦ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଏହି ପରିପ୍ରେକ୍ଷୀରେ ବାରିପଦା ସଦର ଏସଡ଼ିପିଓ କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ଏବଂ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ ନାୟକ , ସଦର ଥାନା ଅଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜଙ୍କ ଉପସ୍ଥିତିରେ ଗାଡ଼ି ଚାଳକମାନଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ଦିଗଗୁଡ଼ିକ ଉପରେ ସଚେତନ କରାଇବା କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ । ବାରିପଦା ସହରର ବ୍ୟସ୍ତ ବହୁଳ ମୁଖ୍ୟ ରାସ୍ତାର କୃଷ୍ଣ ଚନ୍ଦ୍ର ଗୋଲେଇ ନିକଟରେ ବିନା ହେଲମେଟରେ ବାଇକ ଚାଳନା ସହିତ ବାଇକରେ ତିନି ଜଣରୁ ଅଧିକ ବସିବା, ସିଟ ବେଲଟ ନଲଗାଇ କାର ଚଳାଇବା, ଣିଶା ସେବନ କରି ଗାଡ଼ି ଚାଳନା, ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ଆଦି ବିଭିନ୍ନ ଦିଗକୁ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକମାନଙ୍କୁ ଅଟକାଇ ସଚେତନ କରାଇବା ସହିତ ସଚେତନାତା ସମ୍ପର୍କୀତ ଲିଫଲେଟ ମଧ୍ୟ ବଣ୍ଟନ କରିଥିଲେ । ଏହି ସମୟରେ କେତେକ ଟ୍ରାଫିକ୍ ପୁଲିସ କର୍ମଚାରୀମାନେ ସଡ଼କ ସୁରକ୍ଷା ସଚେତନତା ଉପରେ ହାତରେ ପ୍ଲେକାଡର଼୍ ମଧ୍ୟ ଧରିଥିବାର ପରିଲକ୍ଷିତ ହୋଇଥିଲା । ପୁଲିସ ନିୟମ ଭଙ୍ଗକରୁଥିବା ବାଇକ, କାର ଆଦିର ଚାଳକକୁ ଭଦ୍ର, ମାର୍ଜିତ ବବ୍ୟବହାର ପ୍ରଦର୍ଶନ ପୂର୍ବକ ଅଟକାଇ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନର ବାର୍ତ୍ତା ବାଣ୍ଟୁଥିବା ଥିବା ବେଳେ ବିନା ହେଲମେଟରେ ବାଇକ ଚଳାଇ ଆସୁଥିବା ଏବଂ ମୁଣ୍ଡର କେଶର ସମ୍ମୁଖ ଭାଗର କିଛି ଅଂଶକୁ ଷ୍ଟାଇଲିଶ ରଙ୍ଗରେ ରଙ୍ଗାଇଥିବା ଏକ ଯୁବକକୁ ଅଟକାଇ ହେଲମେଟ ପିନ୍ଧିବା ନିମନ୍ତେ ବାରିପଦା ଟାଉନ ଥାନା ଏଏସଆଇ ରାଜେନ୍ଦ୍ର ଦାସ ପରାମର୍ଶ ଦେଇଥିଲେ । ମାତ୍ର ହେଲମେଟ ପିନ୍ଧିବ ନାହିଁ ବୋଲି ଯୁବକ ଜଣକ ଏଏସଆଇ ଶ୍ରୀଦାସଙ୍କୁ ରୋଠୋକ ମନା କରି ଦେଇଥିଲେ । ଏହାର କାରଣ ପଚାରିବା ପରେ ସମସ୍ତେ ଚକିତ ହୋଇପଡ଼ିଥିଲେ । ହେଲମେଟ ପିନ୍ଧିବା ଫଳରେ ଷ୍ଟାଇଲିଶ ରଙ୍ଗରେ ରଙ୍ଗିତ ହୋଇଥିବା ମୁଣ୍ଡର କେଶକୁ ଅନ୍ୟମାନେ ଦେଖି ପାରିବେ ନାହିଁ ବୋଲି ଯୁବକ ଜଣକ ବିନା ସଙ୍କୋଚ ଓ ଦ୍ୱିଧାରେ ପୁଲିସକୁ  ଉତ୍ତର ଦେଇଥିଲେ । ସେହିପରି ଏକ ବ୍ୟକ୍ତି ୪ ଜଣକୁ ବସାଇ ବିନା ହେଲମେଟରେ ବାଇକ ଚଳାଇ ଯାଉଥିଲା । ଏହି ସମୟରେ ବାଇକ ତେଲ ଟାଙ୍କି ଉପରେ ଏକ ୩/୪ ବର୍ଷର ଶିଶୁ  ନିଦରେ ଢୁଳାଉଥିବାର ଦେଖିବାକୁ ମିଳିଥିଲା । ପୁଲିସ ଅଟକାଇ ହେଲମେଟ ପିନ୍ଧିବା ସହିତ ବାଇକରେ ୨ରୁ ଅଧିକ ଆରୋହୀ ନ ବସାଇବାକୁ ପରାମର୍ଶ ଦେବା ସମୟରେ ସେମାନଙ୍କ ପରିବାରରେ ସଦସ୍ୟ ସଂଖ୍ୟା ୪ଜଣ  । ରୋଜଗାଇ ନିମନ୍ତେ ସ୍ତ୍ରୀ ସହିତ ବାହାରକୁ ଯିବାକୁ ପଡ଼ୁଥିବା ବେଳେ ଛୋଟ ଛୋଟ ପିଲା ଦୁଇଟିକୁ କିପରି ଘରେ ଛାଡ଼ି ଦେଇଯିବେ । ତେଣୁ, ଛୋଟ ପିଲା ଦୁଇଟି ଓ ସ୍ତ୍ରୀକୁ ବସାଇ ଯିବାକୁ ବାଧ୍ୟ ହେଉଛି ବୋଲି ଉତ୍ତର ଦେଇଥିବାର ଶୁଣିବାକୁ ମିଳିଥିଲା । ପୁଲିସର ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରୁ ଆମେ ସଡ଼କ ସୁରକ୍ଷା ପାଳନ ନିମନ୍ତେ କେତେ ସଚେତନ ତାହା ସ୍ପଷ୍ଟ ବାରି ହୋଇପଡ଼ିଛି ।

Leave A Reply

Your email address will not be published.