ସର୍ବୋଦୟ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ 

0

  ବଲାଙ୍ଗିର/ ଖପ୍ରାଖୋଲ(ନିରୋଜ ମିଶ୍ର)  ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ଗ୍ରାମ ସ୍ଥିତ ସର୍ବୋଦୟ ନୋଡାଲ ବିଦ୍ୟାପୀଠର ବାର୍ଷିକଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଞ୍ଜିତା ସୁନା ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ସିମାଞ୍ଚଳ ପୁରୋହିତ ଯୋଗ ଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଦେଶ ଗଠନରେ ନିଜକୁ ଉସôର୍ଗୀକୃତ କରିବା ସହ ବୈଜ୍ଞାନିକ ଚିନ୍ତାଧାରା ପୋଷଣ କରିବାକୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବେଟୀ ବଚାଓ ବେଟୀ ପଢାଓ, ଜି.ଏସ୍.ଟି., ପି.ଏସ୍.ଟି., ସ୍ୱଚ୍ଛ ଭାରତ, ଡାକ ମୁନ୍ସି, ରାଜନୀତି, ବାଲ୍ୟ ବିବାହ  ଆଦି ନାଟକ ପ୍ରସ୍ତୁତ କରି ସମସ୍ତଙ୍କୁ ଉତ୍ଫୁଲ୍ଲିତ କରିଥିଲେ । ବିନୋଦିନି ସୁନା, ଝରଣା ମେହେର, ରୁବିନା ସୁନା, ନିକିତା, ସୁମତି ତାଣ୍ଡି, ସ୍ମୃତି, ମମତା ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ  ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରି ଉତ୍ସାହ  ବର୍ଦ୍ଧନ କରିଥିଲେ । ବିଦ୍ୟାଳୟ କମିଟୀର ସଭ୍ୟ ଶେଷଦେବ ସେଠ୍, ମିତ୍ରଭାନୁ ସିଂଦେଓ, ହରେକୃଷ୍ଣ ମେହେର, ରମେଶ ସାହୁ, ଚକ୍ରଧର ସାହୁ, ପ୍ରକାଶ ବନଛୋର, ଅନିଲ ସାହୁ, ସଭ୍ୟ ଗୀତାଞ୍ଜଳୀ ବନଛୋର, ରେବତି ମେହେର, ସଂଯୁକ୍ତା ଦଣ୍ଡସେନା, ବାଲମତି ପୁଟେଲ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ  କରିଥିଲେ । ବିଦ୍ୟାଳୟର ଶିକ୍ଷକ ଅଶ୍ୱିନୀ କୁମାର ଷଡଙ୍ଗୀ, ରାଜେନ୍ଦ୍ର ତରିଆ, ନବକୃଷ୍ଣ ଦେବତା, ଈଶ୍ୱର ପ୍ରଧାନ, କିଶୋର ପାତ୍ର, ଶିକ୍ଷୟତ୍ରୀ ରୀତା ତ୍ରିପାଠୀ, ମୋହିନୀ ସାହୁ, ପୁଷ୍ପାଞ୍ଜଳୀ ପୁରୋହିତ, ଭାରତୀ ମହାନନ୍ଦ, କର୍ମଚାରୀ ଉମେଶ ଚନ୍ଦ୍ର ଦାସ, ରବିନ କୁମ୍ଭାର, ପୂର୍ଣ୍ଣଚନ୍ଦ୍ର ମାଝି,  ଧିରେନ୍ଦ୍ର ବେହେରା, ରଜନୀ ରଞ୍ଜନ ଦାସ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ ।  

 

Leave A Reply

Your email address will not be published.