ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଲୋକର ଏହି ପର୍ବ ଦୀପାବଳୀ ଅବସରରେ ସୋମବାର ଦିନ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିଶୁଙ୍କ ସହ ଦୀପାବଳି ପାଳନ କରିଛନ୍ତି।
ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲାମାନଙ୍କ ଭଲମନ୍ଦ ବୁଝିବା ସହ ଅନୁଷ୍ଠାନର ବିଭିନ୍ନ କକ୍ଷ ପରିଦର୍ଶନ କରି ତଦାରଖ କରିଥିଲେ। ଉକ୍ତ ଆଶ୍ରମରେ ୫୦ ଜଣ ଝିଅ ରହୁଥିବା ବେଳେ ୨୬ ଜଣ ପୁଅ ରହୁଛନ୍ତି।
ପରେ ଶିଶୁମାନଙ୍କ ଗହଣରେ ରହି ସେମାନଙ୍କ ନାଚ ଗୀତ ଦେଖିଥିଲେ ଏବଂ ମିଷ୍ଠାନ ଖୁଆଇ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପିଲାଙ୍କ ସହ ମିଶି ବାଣ ଫୁଟାଇଥଲେ ।
ଜିଲ୍ଲାପାଳଙ୍କ ସହ ଦୀପାବଳୀ ପାଳନ କରି ଶିଶୁମାନେ ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଡ଼ମ୍ବରୁ ଧର ବଳବନ୍ତ ଏବଂ ଉତ୍କଳ ବାଳାଶ୍ରମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.