ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେରାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବି. ସିତାପୂର୍ ଗ୍ରାମରେ ଥିବା ଆଶ୍ରା ବରିଷ୍ଠ ନାଗରିକ ଗୃହ ଠାରେ ଜଷ୍ଟିସ କର୍ଣ୍ଣର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦୀପାବଳୀ ମହୋତ୍ସବ ପାଳିତ ହୋଇଅଛି।
ଉକ୍ତ କାର୍ଯ୍ୟକ୍ରମକୁ ଜଷ୍ଟିସ କର୍ଣ୍ଣର ସଭାପତି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପରିଚାଳନା କରିଥିବା ବେଳେ, ମୁଖ୍ୟ ଅତିଥି ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଯୋଗ ଦେଇ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୃଦ୍ଧ ଓ ବୟୋଜ୍ୟେଷ୍ଠ ନାଗରିକଙ୍କୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରେରଣା ଦେଇଥିଲେ।
ଆଇନଜୀବୀ ଅନିତା କୁମାରୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୟୋଜ୍ୟେଷ୍ଠ ନାଗରିକଙ୍କୁ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ପାଇଁ ଆହ୍ବାନ ଦେଇଥିଲେ। ଜଷ୍ଟିସ କର୍ଣ୍ଣର ସମ୍ପାଦକ ଶ୍ରୀ ଜଗନ୍ନାଥ ଚୌଧୁରୀ ଧନ୍ୟବାଦ ଅର୍ପଣ କରିବା ସହ ବୟୋଜ୍ୟେଷ୍ଠ ନାଗରିକଙ୍କୁ ଆଶ୍ଵାସନା ଦେଇ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା , ଆଶ୍ରା ଗୃହ ପରିଚାଳକ ସୀତାକାନ୍ତ ଦାସଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା , ୨୫ ରୁ ଉର୍ଦ୍ଧ୍ବ ଅନ୍ତେଃବାସୀ ଯୋଗ ଦେଇ ସଙ୍ଗୀତ ଭଜନ କରି , ଝୋଟି କରି , ଦୀପ ଜଳାଇ , ବାଣ ଫୁଟାଇ ମହା ଆଡ଼ମ୍ବରରେ କାର୍ଯ୍ୟ ସମାପ୍ତ କରିଥିଲେ।
Sign in
Sign in
Recover your password.
A password will be e-mailed to you.