୭ଦଫା ଦାବୀ ନେଇ ଅଙ୍ଗନଵାଡି କର୍ମୀ ଓ ସହାୟକା ମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ, ଗଣଧାରଣା ଓ ଦାବୀପତ୍ର ପ୍ରଦାନ

0

 

ପାରଳାଖେମୁଣ୍ଡି/ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ

ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ଉପରେ ଆକ୍ରୋଷମୂଳକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା ସହ ବହିଷ୍କୃତ ଅଙ୍ଗନଵାଡି କର୍ମୀ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯିବା ପ୍ରଭୃତି ୭ଦଫା ଦାବୀ ନେଇ ନିଖିଳ ଓଡିଶା ଅଙ୍ଗନଵାଡି ଲେଡିସ୍‍ ଵାର୍କର୍ସ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ଏକ ହଜାରରୁ ଉଦ୍ର୍ଧ୍ୱ ଅଙ୍ଗନଵାଡୀକର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ, ଗଣଧାରଣା ଓ ସଭାକାର୍ଯ୍ୟ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ପ୍ରତିବାଦ ଓ ବିକ୍ଷୋଭ ପଦଯାତ୍ରାରେ ବାହାରି ରାଜ୍ୟ ସରକାରୀ ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରି  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ବିକ୍ଷୋଭ ସଭା କରିଥିଲେ । ଏହି ଉଦ୍ଦେଶ୍ୟରେ ସଂଘର ସଭାପତି ପୁଷ୍ପାଞ୍ଜଳୀ ପଣ୍ଡା, ସମ୍ପାଦିକା ଅଞ୍ଜଳୀ ନାୟକ ଏବଂ କୋଷାଧ୍ୟକ୍ଷ ଅଜନ୍ତା ପ୍ରଧାନ ପ୍ରମୁଖ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତିଯେ  ଗତ ଦିନରେ ଅଙ୍ଗନଵାଡି କର୍ମୀ ମାନଙ୍କୁ ଆକ୍ରୋଷମୂଳକ ଭାବେ ବହିଷ୍କାର କରାଯାଇଥିବା ପ୍ରତି ବିଭାଗୀୟ ମନ୍ତ୍ରୀ ଏବଂ ମିଶନଶକ୍ତି ବିଭାଗ ପକ୍ଷରୁ ପୁନଃ ନିଯୁକ୍ତି ଆଦ୍ୟବିଧି କରାଯାଇନି ଏହାର ସୁଯୋଗ ନେଇ ବିଭାଗୀୟ ସିଡିପିଓ ଓ ସୁପରଭାଇଜର ମାନେ ଅଙ୍ଗନଵାଡି କର୍ମୀ ମାନଙ୍କୁ ବିଭିନ୍ନ ଧମକ ଦେଇ ବିଜୁ ସାମ୍ମୁଖ୍ୟରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ଏହାକୁ ପ୍ରତିବାଦ କଲେ ଆକ୍ରୋଷମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେଣୁ ଏହି ସବୁର ପ୍ରତିବାଦରେ ଆଜିର ଏହି ଆନ୍ଦୋଳନ କରାଯାଇଛି । ଆମରଦାବୀ କର୍ମୀ ମାନଙ୍କ ଉପରେ ଆକ୍ରୋଷମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା ସହ ବହିଷ୍କୃତ କର୍ମୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ । ମୁଖ୍ୟ ମନ୍ତ୍ରୀ ଘୋଷଣା କରାଯାଇଥିବା ୧୫୦୦ଟଙ୍କା ତୁରନ୍ତ ପ୍ରଦାନ କରାଯାଉ, ଅବସର ବୟସ ସୀମା ୬୨ ବର୍ଷ ବୟସ, ଖରାଛୁଟି, ରନ୍ଧନଗ୍ୟାସ ପ୍ରଦାନ, ଅବସରକାଳୀନ ସହାୟତା, ସୁପରଭାଇଜରଙ୍କୁ ପ୍ରମୋଶନ ଚିଠି ଜିଲ୍ଲା ପ୍ରଶାସନକୁ ଶୀଘ୍ର ପ୍ରଦାନ କରାଯିବା ପ୍ରଭୃତି ଆମର ଦାବୀ ରହିଛି ।

Leave A Reply

Your email address will not be published.