ଓଡ଼ଗାଁ,୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ଦେଓଗାଁ-ଭାଲିଆଡିହି ଠାରେ ଶନିବାର ଦିନ ରୋହିବାଙ୍କ ଜୋନ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ରୋହିବାଙ୍କ, କୋମଣ୍ତ, ବାଙ୍କତରା, ପାଣ୍ତେରିପଡା, କୁରାଳ, ଗୋଡିପଲ୍ଲି ଓ ଆୟୋଜକ ବିଦ୍ୟାଳୟରୁ ଉଭୟ ବାଳକ ଓ ବାଳିକା ବିଭାଗରେ ୯୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶନିବାର ଉଦ୍ଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଶତ୍ରୁଘ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନୟନା ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଥିବା ବେଳେ ମୁଖ୍ୟବକ୍ତା ଭାବେ ଆନନ୍ଦ ସାହୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଦିଲୀପ କୁମାର ବିଷୋୟୀ, ବଂଶୀଧର ପ୍ରଧାନ, ଆନନ୍ଦ କୁମାର ଡାକୁଆ, ରୋହିବଙ୍କ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷୟତ୍ରୀ ସୁନୀତା ବେହେରା ଯୋଗଦାନ କରିଥିଲେ । ଶରତ ଚନ୍ଦ୍ର ସାହୁ, ଆଲୋକ ନାୟକ, ସିଲୁ ପରିଡା, ନିଳମାଧବ ଆଚାରୀ ପ୍ରମୁଖ କ୍ରୀଡା ପରିଚାଳନା କରିଥିବା ବେଳେ
ଜୟନ୍ତ କୁମାର ଦାସ, ପ୍ରଦୋଷ କୁମାର ରାଉତ, ଜୟକୃଷ୍ଣ ଜେନା, ଟ୍ବିଙ୍କିଲ ବିଶ୍ଵାଳ, ଦେବାଶିଷ ବିଶୋଇ ପ୍ରମୁଖଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post