ପାଇପ୍ ଗୋଦାମ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

4

ଓଡ଼ଗାଁ,୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଖେଳପଡିଆ ଠାରେ ବେଆଇନ ଭାବେ କେଇସି ଇଣ୍ଟରନ୍ଯାସିନାଲ ଲିମିଟେଡ଼ ଦୀର୍ଘ ସାଢେ଼ ତିନି ବର୍ଷ ଧରି ପ୍ରାୟ ୫ ଏକର ଜମିକୁ ଆବଦ୍ଧ କରି ଜବରଦଖଲରେ ରଖି ପାନୀୟ ଜଳ ଯୋଗାଣର ପାଇପ୍ ଜମା କରି ରଖିଛି । ଏଥିରେ ଉତକ୍ଷିପ୍ତ ହୋଇ ଶନିବାର ଦଣ୍ଡୋର ଗ୍ରାମବାସୀ ଗୋଦାମକୁ ବାଡ଼ ବୁଜି ଫାଟକରେ ତାଲା ପକାଇ ଦେଇଛନ୍ତି । ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ କେଇସି ଇଣ୍ଟରନ୍ୟାସନାଲ ଲିମିଟେଡକୁ ଅହେତୁକ ଅନୁକମ୍ପା ଦେଖାଇ ଅସ୍ଥାୟୀ ଭାବେ ବର୍ଷେ ଦୁଇ ବର୍ଷ ପାଇଁ ଉକ୍ତ ଗୋଚର ଜମିକୁ ହସ୍ତାନ୍ତର କରିଥିଲେ।
ଗ୍ରାମବାସୀ କହିବା ଅନୁସାରେରାଜସ୍ବ ବିଭାଗ ତଥା କୁରାଳ ରାଜସ୍ବ ନିରୀକ୍ଷକଙ୍କ ତୃଣମୂଳ ସ୍ତରରୁ ସଂଗୃହିତ ଓ ପ୍ରଦତ୍ତ ତଥ୍ୟ ଅନୁଯାୟୀ କୌଣସି ଏନ୍ଓସି ନଥାଇ ଏକ ଲିମିଟେଡ଼ କମ୍ପାନୀ କେଉଁ ଆଧାରରେ ଗାଁର ସରକାରୀ ଗୋଚର ଜମିକୁ ଦୀର୍ଘଦିନ ଧରି ବେଆଇନ ଭାବେ ଜବରଦଖଲ କରି ରଖିଛନ୍ତି । କମ୍ପାନି ଦ୍ବାରା ଜାଗା ଜବରଦଖଲ ଯୋଗୁଁ କୃଷି କାର୍ଯ୍ୟ, ଗୋ ବଂଶ, ସରୀସୃପ ଓ ଜୀବଜନ୍ତୁ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ତେଣୁ ଉକ୍ତ ଜାଗାରୁ କେଇସି ଇଣ୍ଟରନ୍ଯାସନାଲ ଲିମିଟେଡ଼ ସଂସ୍ଥାକୁ
ଯଥାଶୀଘ୍ର ଉଚ୍ଛେଦ କରାଯାଉ ବୋଲି ଦାବି ଜଣାଇ ଗ୍ରାମବାସୀମାନେ କମ୍ପାନୀର ଗୋଦାମ ଦ୍ୱାରକୁ ଆବଦ୍ଧ କରି ଦେଇଛନ୍ତି । ଏବଂ କେଇସି ପ୍ରୋଜେକ୍ଟ ମ୍ୟାନେଜର, ମାନବ ସଂସାଧନ ବିଭାଗ କର୍ମଚାରୀଙ୍କୁ ସମାଧାନ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଅନୁରୋଧ କରୁଥିଲେ । ତେବେ ସମାଧାନ କରିବା ପରିବର୍ତ୍ତେ ଆପଣ ମାନଙ୍କ ହାତରେ ଯାହା ହେଉଛି କରନ୍ତୁ । ଆମେ ଏହାର କୌଣସି ବିଚାର ବିମର୍ଷ କରିପାରିବୁ ନାହିଁ ବୋଲି କହି ଅଣଦେଖା କରିଛନ୍ତି। ତେବେ ଏ ନେଇ ଗ୍ରାମବାସୀଙ୍କ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ କୁରାଳ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଉକ୍ତ ସ୍ଥାନକୁ କମ୍ପାନୀ ଠାରୁ ଜବର ଦଖଲ ମୁକ୍ତ କରିବା ପାଇଁ କମ୍ପାନୀ ନାମରେ ନୋଟିସ ଜାରି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.