ଶରଣକୁଳ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକଙ୍କ ଅକାଳ ବିୟୋଗ

4

ଓଡ଼ଗାଁ,୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ମହାବିଦ୍ୟାଳୟର କାର୍ଯ୍ୟରତ ସଂସ୍କୃତ ଅଧ୍ୟାପକ ବିରଞ୍ଚି ନାରାୟଣ ସୁବୁଦ୍ଧିଙ୍କ ଅକାଳ ବିୟୋଗରେ ସମଗ୍ର ମହାହାବିଦ୍ୟାଳୟ ସହିତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଶନିବାର ସକାଳେ ମହାବିଦ୍ୟାଳୟର ଅନୁଷ୍ଠିତ ଶୋକସଭାରେ ଅଧ୍ୟାପକ ଅଧ୍ୟାପିକା ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହିତ ଛାତ୍ରଛାତ୍ରୀ ମାନେ ସ୍ବର୍ଗତ ସୁବୁଦ୍ଧିଙ୍କର ସ୍ମୃତି ଚାରଣ କରିବା ସହିତ ତାଙ୍କର ସ୍ତ୍ରୀ ଏବଂ ଏକମାତ୍ର କନ୍ୟାକୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ସୂଚନା ଥାଉକି ଅଧ୍ୟାପକ ସୁବୁଦ୍ଧି ରକ୍ତ କର୍କଟ ରୋଗରେ ପୀଡିତ ହୋଇ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା ।

Leave A Reply

Your email address will not be published.