ଓଡ଼ଗାଁ୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଗ୍ରାମରେ ଅବସ୍ଥିତ ମା’ ମହାମାୟୀଙ୍କ ବାର୍ଷିକୋତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସକାଳେ ଗ୍ରାମର ବାଘରା ପୁଷ୍କରିଣୀ ଠାରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ହୋମ ଯଜ୍ଞାଦି ସମାପନ ପରେ ପ୍ରାୟ ୨୫୦ ଜଣ ଶ୍ରଦ୍ଧାଳୁ ମହିଳା ମାନଙ୍କ ଦ୍ବାରା ଏକ ବଡ଼ ଧରଣର କଳସ ଶୋଭାଯାତ୍ରାରେ ନନ୍ଦିଘୋର ଗ୍ରାମ ପରିକ୍ରମା କରି ମା’ ମହାମାୟୀଙ୍କ ମନ୍ଦିର ଠାରେ ପହଞ୍ଚିଥିଲେ । ମନ୍ଦିର ନିକଟରେ ହୋମ ଯଜ୍ଞ ଆଦି ବିଭିନ୍ନ ପୂଜାବିଧି ଶାସ୍ତ୍ରମତେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନନ୍ଦିଘୋର ସରପଞ୍ଚ ଶ୍ଵେତଲୀନା ମିଶ୍ର, ୨ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ପୂର୍ବତନ ସାଂସଦ ତଥା ନୟାଗଡ଼ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଏବଂ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ସୁଧାକର ଷଡ଼ଙ୍ଗୀ ଉପସ୍ଥିତ ହୋଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିବା ସହିତ ମହାମାୟୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ
Sign in
Sign in
Recover your password.
A password will be e-mailed to you.