ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦୀପାବଳୀ ଉତ୍ସବ ପାଳିତ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପାରଳାଖେମୁଣ୍ଡି ଠାରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ଦେବୀମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ଓ ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ କର କମଳରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାରତର ତିନି ସେନାବାହିନୀର ପରାକ୍ରମ ଦ୍ବାରା ସଙ୍ଗଠିତ ଅପରେସନ୍ ସିନ୍ଦୂରର ସଫଳତାକୁ ମନେପକାଇ ତଥା ପେହେଲ୍ ଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଦିବଂଗତ ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ୨୦୦୦ ଦୀପ ପ୍ରଜ୍ଜ୍ୱଳନ କରିିଥିଲେ।
ପରିଶେଷରେ ଛାତ୍ରଛାତ୍ରୀ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତଥା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା।

Leave A Reply

Your email address will not be published.